ଅନଲାଇନ୍ ମଦ ବୁକିଂ ବେଳେ କଟିଗଲା ୮୦ ହଜାର ଟଙ୍କା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଅନ୍ଲାଇନ୍ରେ ମଦ ବୁକିଂ ବେଳେ ଯୁବକଙ୍କ ଆକାଉଣ୍ଟରୁ କଟିଗଲା ୮୦ ହଜାର ଟଙ୍କା । ରାଜଧାନୀ ଭୁବନେଶ୍ୱରରେ ଏପରି ଠକାମୀର ଠିକାର ହୋଇଛନ୍ତି ଜଣେ ଇଞ୍ଜିନିୟର । ରାଜଧାନୀର କାଦମ୍ବରୀ ମଦ ଦୋକାନରୁ ଅନଲାଇନ୍ରେ ମଦ ବୁକିଂ ପରେ ସମ୍ପୃକ୍ତ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ ହୋଇଯାଇଛି । ଏହା ବଦଳରେ ବିଶ୍ୱାସ ଜନ୍ମାଇବା ପାଇଁ ଅପର ପାଶ୍ୱର୍ରୁ ଯୁବକଙ୍କ ଆକାଉଣ୍ଟକୁ ୩ ହଜାର ଟଙ୍କା ଫେରିଥିବା ଜଣାଯାଇଛି । ଏନେଇ ସଂପୃକ୍ତ ଇଞ୍ଜିନିୟର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଯୁବକଙ୍କ ଅଭିଯୋଗ ଅନୁଯାୟୀ , ସୋସିଆଲ ମିଡିଆରେ ମଦ ଅନଲାଇନ୍ ବୁକ୍ ପାଇଁ ବିଜ୍ଞାପନ ଦେଖି ପ୍ରଥମେ ମଦ ଅର୍ଡର କରିଥିଲେ । ଏହାପରେ ଅପରପାଶ୍ୱର୍ରୁ ଟଙ୍କା ଡିପୋଜିଟ୍ ପାଇଁ ଏକ ନମ୍ବର ଦିଆଗଲା । ହେଲେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ କିଛି ଯୋଗାଯୋଗ କରା ଗଲାନି । ଏହାପରେ ତାଙ୍କୁ ଏକ ସ୍କାନ୍ କୋଡ଼ ଦିଆଗଲା । ତାହାକୁ ସ୍କାନ କରିବା ପରେ ପ୍ରଥମେ ୧୯ ହଜାର ଟଙ୍କା କଟିଗଲା । ଏହା ଭୁଲରେ କଟିଯାଇଛି ଭାବି ଟଙ୍କା ଫେରାଇବା ପାଇଁ ଆଉ ଏକ ସ୍କାନ୍ କୋଡ଼ ଦିଆଗଲା । ତାହାକୁ ସ୍କାନ୍ କରିବା ପରେ ୨ ଥର ଟଙ୍କା କଟିଗଲା । ଏପରି ସମୁଦାୟ୭୯,୯୮୦ ଟଙ୍କା କଟିଯାଇଥିବା ଯୁବକଜଣକ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଅନ୍ଲାଇନ୍ରେ ମଦ କିଣି ପ୍ରାୟ ୩୭ ହଜାର ଟଙ୍କା ଠକାମୀର ଶିକାର ହୋଇଥିଲେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ । ଅନ୍ଲାଇନ୍ରେ ୯୫୦ ଟଙ୍କାର ମଦ କିଣିବାକୁ ଅର୍ଡର ଦେଇ ଯୁବକଜଣକ ୩୬ ହଜାର ଟଙ୍କା ଠକାମୀର ଶିକାର ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons