ବୈଠକକୁ ଯିବା ବେଳେ କଲେଜ ଅଧ୍ୟକ୍ଷାଙ୍କ ମୃତୁ୍ୟ

Get real time updates directly on you device, subscribe now.

ପାରଳାଖେମୁଣ୍ଡି ,(ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କର ଆଜି (ବୁଧବାର) ମୃତୁ୍ୟ ଘଟିଛି । ତାଙ୍କ ନାଁ ଗାୟତ୍ରୀ ଦେବୀ । ମିଳିଥିବା ସୂଚନା ଅନୁସାରେ, ଆଜି (ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫେରେନ୍ସ ବୈଠକ ଥିଲା । ଗାୟତ୍ରୀ ଦେବୀ ଏହି ବୈଠକରେ ଯୋଗ ଦେବା ପାଇଁ ଯାଇଥିଲେ । ତେବେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons