ଜୟପୁର,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ ଗରୁମାଈଗୁଡ଼ା ଘାଟିରେ ଆଜି (ବୁଧବାର) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ଗାଡ଼ି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ମୃତକ ଦୁଇ ମହିଳା ବୋଲି ଜଣାପଡିଛି ।ବରଯାତ୍ରୀ ଗାଡ଼ିଟି ବୋଲିଗୁମ୍ମାରୁ ନବରଙ୍ଗପୁର ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଆହତ ୨୦ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ୧୬ ଜଣଙ୍କୁ ବୋରିଗୁମ୍ମା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ଖବରକୁ ଅପେକ୍ଷା କରାଯାଇଛି ।
Comments are closed, but trackbacks and pingbacks are open.