ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ୨ଦିନ ପୂର୍ବେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏକ ପରିବାରର ୫ ସଦସ୍ୟଙ୍କ ମଧ୍ୟରୁ ଆଖି ବୁଝି ସାରିଲେଣି ୩ ସଦସ୍ୟ । ଗତକାଲି ଘରର ସାନ ପୁଅର ମୃତୁ୍ୟ ହୋଇଥିବା ବେଳେ ଏହା ପରେ ତାଙ୍କ ମା’ ଓ ଜଣେ ଭଉଣୀ ମଧ୍ୟ ଆଖି ବୁଜିଥିବା ଜଣାଯାଇଛି । ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ୨ଦିନ ପୂବେ ଏପରି ଅଭାବନୀୟ ଘଟଣା ଘଟିଥିଲା । ଘରର ବଡ଼ ପୁଅର ମୃତୁ୍ୟ ପରେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଏପରି ଚରମ ପଦକ୍ଷେପ ଉଠାଇଥିଲେ । ଏହାପରେ ସମସ୍ତଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ପରେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଗତ ମଙ୍ଗଳବାର ରାତିରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାନ ପୁଅ ଶ୍ରୀକାନ୍ତ ବିଶ୍ୱାଳଙ୍କ ମୃତୁ୍ୟ ହୋଇଥିଲା । ଏହାପରେ ଗତ ରାତିରେ ଭଉଣୀ ପିଙ୍କି ବିଶ୍ୱାଳଙ୍କ ମୃତୁ୍ୟ ହୋଇଥିବା ବେଳେ ଆଜି (ଶୁକ୍ରବାର )ସକାଳେ ୫୮ ବର୍ଷୀୟା ମା’ ପୁଷ୍ପାବତୀ ବିଶ୍ୱାଳ ଆଖି ବୁଜିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଘରର ବଡ଼ ପୁଅ ୨ ବର୍ଷ ପୂର୍ବେ ଦୁର୍ଘଟଣାରେ ଗୁରୁତର ହୋଇ ପଡିଥିବା ବେଳେ ୨ ଦିନ ପୂର୍ବେ ତାଙ୍କ ମୃତୁ୍ୟ ହୋଇଥିଲା । ଏଥିରେ ଭାଙ୍ଗିପଡି ସମସ୍ତ ପରିବାର ସଦସ୍ୟ ଏପରି ଚରମ ପଦକ୍ଷେପ ନେଇଥିଲେ । ଘରେ ବଡ଼ ପୁଅର ମୃତଦେହ ପଡିଥିବା ବେଳେ ମା’ ୩ ଭଉଣୀ ଓ ଜଣେ ଭାଇ ଫିନାଇଲ ପିଇ ଦେଇଥିଲେ । କବର ପାଇ ପୋଲିସ ପହଞ୍ଚି ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲା ।
Comments are closed, but trackbacks and pingbacks are open.