ବ୍ରହ୍ମପୁର,(ବି.ବି.ନୁ୍ୟଜ୍):ଗତକାଲି ମନ୍ଦିରକୁ ଯାଇ ଘରକୁ ଫେରିନଥିଲେ ଅନୀଲ କୁମାର ପ୍ରଧାନଙ୍କ ପନôୀ ସୁଷମା ପ୍ରଧାନ । ପରିବାର ଲୋକେ ଚାରିଆଡେ଼ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ତେବେ ବିଳମ୍ବିତ ରାତିରେ ସୁଷମାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଟ୍ରେନ୍ ଲାଇନରୁ ଉଦ୍ଧାର ହୋଇଥିଲା । ହେଲେ ମୃତୁ୍ୟର କାରଣ ଜଣାପଡିନାହିଁ । ଗଜପତି ଜିଲ୍ଲାରେ ଡିଏସ୍ପି ଭାବେ କାର୍ଯ୍ୟରତ ଅଛନ୍ତି ଅନୀଲ କୁମାର ପ୍ରଧାନ । କିନ୍ତୁ ତାଙ୍କ ପରିବାର ସହ ବୈଦ୍ୟନାଥପୁର ଥାନା ଖଡ଼ାସିଂହରେ ରହୁଥିଲେ । ଗତକାଲି ଅନୀଲ ଅଫିସ ଗଲା ପରେ ଘରେ ତାଙ୍କ ପନôୀ ସୁଷମା ଓ ପୁଅ ଥିଲେ । ସନ୍ଧ୍ୟା ବେଳେ ଅନୀଲଙ୍କ ପୁଅ ମାର୍କେଟିଂ କରିବାକୁ ଯାଇଥିଲେ । ଆ ଉ ସୁଷମା ମନ୍ଦିର ଯାଇଥିଲେ । ହେଲେ ଘରକୁ ଫେରିନଥିଲେ । ମାଆ ଘରକୁ ଫେରୁନଥିବା ଦେଖି ପୁଅ ଓ ପରିବାରର ଅନ୍ୟ ସଦସ୍ୟମାନେ ଚାରିଆଡେ଼ ଖୋଜିଥିଲେ । ମାତ୍ର ତାଙ୍କର ପତ୍ତା ପାଇନଥିଲେ । ଗତକାଲି ରାତି ପ୍ରାୟ ୧୧ଟା ବେଳେ ଗୋପାଳପୁର ଓଭରବ୍ରିଜ୍ ରେଳ ଧାରଣାରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଏହାପରେ ଅନୀଲଙ୍କ ପରିବାର ଲୋକ ମୃତଦେହକୁ ଚିହ୍ନଟ କରିଥିଲେ । ତେବେ କେଉଁ ପରିସ୍ଥିତିରେ ସୁଷମାଙ୍କର ମୃତୁ୍ୟ ହେଲା କିଛି ସ୍ପଷ୍ଟ ଜଣାପଡିନି ।
Comments are closed, but trackbacks and pingbacks are open.