ଶଟ୍ଡାଉନ୍ରେ କେଉଁମାନଙ୍କୁ ବାହାରକୁ ଯିବାକୁ ମିଳିଲା ଅନୁମତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ପାର କରି ସାରିଥିବା ବେଳେ ଏଥିଯୋଗୁ ଆଖି ବୁଜି ସାରିଲେଣି ୮ ଜଣ । ଜୁନ୍ ମାସରେ ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ଥିବାରୁ ମାସ ସାରା ରାଜ୍ୟର ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାରକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯିବା ସହ ଏ ନେଇ ନିଦେ୍ର୍ଧଶାବଳୀ ଜାରି କରାଯାଇଛି । ଫଳରେ ଶଟ୍ଡାଉନ୍ରେ କେଉଁମାନେ ଆଇଡି କାର୍ଡ ଦେଖାଇ ଘରୁ ବାହାରି ପାରିବେ ସେ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
୧. ମେଡିକାଲ, ନର୍ସିଂହୋମ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ ।
୨.ମେଡିସିନ୍ ଷ୍ଟୋର ଷ୍ଟାଫ୍ ମଧ୍ୟ ପୋଲିସ ଦେଇଥିବା ପୁରୁଣା ପାସ୍ ଦେଖାଇ ଯାଇପାରିବେ ।
୩. କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ ।
୪. ଟେଲିକମ୍, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହୋଇଛି । ସେମାନେ ମଧ୍ୟ ଆଇଡି କାର୍ଡ ଦେଖାଇ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ ।
୫. ହୋମ୍ ଡେଲିଭରି, ପାନୀୟଜଳ, ପରିମଳ, ବିଦୁ୍ୟତ୍ କର୍ମଚାରୀ, କଳକାରଖାନା, ହୋଟେଲ କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ । ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋଟ୍ ପାଇଁ ଗାଡ଼ିକୁ ପୋଲିସ ପାସ୍ ଦରକାର ।
୬. ପୋଲିସ ପାସ୍ ଦେଖାଇ ଟ୍ୟାକ୍ସି, ଅଟୋ, ଓଏଲ୍ଢ଼, ଉବର ଆଦି ଯାଇପାରିବ ।
୭. ଶଟ୍ଡାଉନ୍ ଦିନ ବାହାଘର ଥିଲେ ପୋଲିସଠାରୁ ପାସ୍ ନେବା ଜରୁରୀ ।
୮. ରେଳ , ବିମାନ ବ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ ।
୯.ଟୁଇନ୍ ସିଟିରୁ ବାହାରକୁ ଯିବାକୁ ଚାହୁଁଥିବା ଘରୋଇ ଗାଡ଼ିକୁ ୧୦୦ରୁ ଅନୁମତି ନେବା ଆବଶ୍ୟକ ।
୧୦. ମାଲ ପରିବହନ କରୁଥିବା ଖାଲି ଓ ମାଲ୍ ଭର୍ତ୍ତି ଗାଡ଼ି ପାଇଁ ପାସ୍ ଅନାବଶ୍ୟକ ।
୧୧. ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏସ୍ଏମ୍ଏସ୍ ବା ୧୦୦କୁ ଡାଏଲ କରି ପାସ୍ ନେବେ ।
ଶଟ୍ଡାଉନ୍ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କର୍ତ୍ତୃପକ୍ଷଙ୍କ ଅନୁମତି ନେି ବିବାହ ଓ ଦାହ ସଂସ୍କାର କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons