ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତୁ୍ୟ

Get real time updates directly on you device, subscribe now.

ବାସୁଦେବପୁର,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ମଖଲପୁର ଗାଁରେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତୁ୍ୟ ଘଟିଛି । ମୃତ ଯୁବକ ଜଣକ ହେଲେ ଅନାଦି ବେହେରାଙ୍କ ପୁଅ ଜଗବନ୍ଧୁ ବେହେରା । ତାଙ୍କୁ ୧୭ ବର୍ଷ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଲାଇନ୍କଟ୍ ହୋଇଥିବା ସମୟରେ ଜଗବନ୍ଧୁ ଘରେ ଫ୍ୟାନ୍ ମରାମତି କରୁଥିଲେ । ଏହି ସମରେ ହଠାତ୍ ବିଦୁ୍ୟତ୍ ଆସିଯାଇଥିଲା । ଜଗବନ୍ଧୁ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons