ଶଟ୍ଡାଉନ୍ ଘୋଷିତ ୧୧ ଜିଲ୍ଲାରେ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଆଜି(ଶନିବାର)ଠୁ ଦୁଇ ଦିନିଆ ଶଟ୍ଡାଉନ୍ ଆରମ୍ଭ ହୋଇଛି । ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ଟି ଜିଲ୍ଲାରେ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ଶଟ୍ଡାଉନ୍ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ୧୧ଟି ଜିଲଲା ଗୁଡିକ ହେଉଛି ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଳେଶ୍ୱର ଓ ବଲାଙ୍ଗିର । ଏହି ସବୁ ଜିଲ୍ଲାର ବିନା କୌଣସି କାମରେ ଲୋକେ ଯେପରି ଘରୁ ନ ବାହାରିବେ ସେ ନେଇ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ଏଥିସହ ଶଟ୍ଡାଉନ୍ ଘୋଷିତ ଏହି ଜିଲ୍ଲାଗୁଡିକରେଶନି ଓ ରବିବାର ଦିନ ମ୍ୟାଟି୍ରକ ଖାତା ମୂଲ୍ୟାୟନ ବନ୍ଦ ରହିବ । ଆଜି (ଶନିବାର) ଶଟ୍ଡାଉନ୍ ଘୋଷିତ ୧୧ଜିଲ୍ଲାରେ ଖତାା ମୂଲ୍ୟାୟନ ହେଉନି । କାଲି ବି ଖାତା ମୂଲ୍ୟାୟନ ହେବ ନାହିଁ । ହେଲେ ଅନ୍ୟ ସବୁ ଜିଲ୍ଲାରେ ଶନି ଓ ରବିବାର ଖାତା ମୂଲ୍ୟାୟନ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ମେ ୨୬ ତାରିଖରୁ ରାଜ୍ୟରେ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons