ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନୁ୍ୟଜ୍): ବର୍ତ୍ତମାନ ଆଧାର କାର୍ଡକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ସରକାରୀ ଜରୁରି ନଥି ମାଟି ତଳୁ ମିଳୁଛି । ଜଣେ ଡାକ ବିଭାଗର କର୍ମଚାରୀ ଏସବୁ ତାଙ୍କ ଘର ବାଡ଼ିରେ ପୋତି ରଖିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ବାଲିଆପାଳ ବ୍ଲକ ବଡାଶ ପଞ୍ଚାୟତ ଜଗାଇ ଡାକଘରଟି କେନ୍ଦ୍ରର ପିଅନ ବା‚ାନିଧି ପରିଡାଙ୍କ ଘରେ ଚାଲିଆସୁଛି । ବା‚ାନିଧି ନିଜ ଘର ପୋଖରୀକୁ ଜେସିବିରେ ଖୋଳୁଛନ୍ତି । ପୋଖରୀ ହୁଡ଼ାରେ ଥିବା ମାଟିକୁ କିଛି ଗ୍ରାମବାସୀକୁ ବିକ୍ରି କରିଦେଇଥିଲେ । ବିକ୍ରି ହୋଇଥିବା ମାଟି ଭିତରେ ଶହ ଶହ ଆଧାର କାର୍ଡ ପୋତି ହୋଇରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ବା‚ାନିଧି ପୋଷ୍ଟ ଅଫିସକୁ ଆସୁଥିବା ଆଧାରକାର୍ଡ ସବୁକୁ ନ ବାଣ୍ଟି ନିଜ ଘରେ ପୋତି ରଖିଥିବା ଅଭିଯୋଗ କରିଛନ୍ତି । ଆଧାର କାର୍ଡ ନପାଇ ଅନେକ ବ୍ୟକ୍ତି ରାସନ କାର୍ଡ ସମେତ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ କ’ଣ ପାଇଁ ବା‚ାନିଧି ଏହି ଆଧାର କାର୍ଡ ବାଣ୍ଟି ନଥିଲେ, ଏହାର ତଦନ୍ତ ପାଇଁ ଗ୍ରାମର ମଧୁସୂଦନ ଜେନା, ପୁଷ୍ପଲତା ଜେନା, ବନମାଳି ଦେ, ଦୁର୍ଜୟ ସେନାପତି ପ୍ରମୁଖ ଦାବି କରିଛନ୍ତି । ତେବେ ବା‚ାନିଧି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ତାଙ୍କ ପୋଖରୀ ହୁଡାରୁ ଗୋଟିଏ ବି ଆଧାର କାର୍ଡ ବାହାରି ନଥିବା ବେଳେ କିଛି ଗ୍ରାମବାସୀ ମାଟି ଭିତରେ ସେମାନଙ୍କ ଆଧାର କାର୍ଡ ପୋତିଦେଇ ତାଙ୍କ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ କରୁଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons