ଗାଁରେ ପୁରାଇ ଦେଲେ ନି: ବନବାସରେ ପ୍ରବାସୀ

Get real time updates directly on you device, subscribe now.

ବିନିକା,(ବି.ବି.ନୁ୍ୟଜ୍): ଲୋକେ ଗାଁରେ ଭର୍ତ୍ତି କରାଇ ଦେଉ ନଥିବାରୁ ଜଙ୍ଗଲରେ ହୁଛନ୍ତି ବେଙ୍ଗାଲୁରୁରୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝାର କଦଳୀ ପାଲି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏହି ଯୁବକଙ୍କ ନାଁ ଜୀବର୍ନ୍ଧନ ବରିହା (୨୬) । ଜୀବର୍ନ୍ଧନ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ବେଙ୍ଗାଲୁୂରୁକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେକରୋନା ଯୋଗୁ କାମ ନ ମିଳିବାରୁ ସେ ତାଙ୍କ ଗାଁକୁ ପଳାଇ ଆସିଥିଲେ । ଏହାପରେ ସେ ନିୟମ ଅନୁଯାୟୀ ମେ ୨୫ ତାିରଖରୁ ୭ଦିନ ପାଇଁ ବିନିକା ବ୍ଲକ ସିଂଘିଯୁବା ସଙ୍ଗରୋଦ କେନ୍ଦ୍ରରେ ରହିଥିଲେ । ଏହା ପରେ ଜୁନ୍ ୧ ତାରିଖରୁ ଆଉ ୭ଦିନ ହୋମ୍ କ୍ୱାରେର୍ଟାଇନ୍ରେ ରହିବା ପାଇଁ ଗାଁକୁ ଆସିଥିଲେ । ହେଲେ ଲୋକେ ସରକାରୀ ନିୟମକୁ ବେଖାତିର କରି ତାଙ୍କୁ ଗାଁ ଭିତରକୁ ପୂରାଇ ଦେଇନଥିଲେ । ଅନ୍ୟ କୌଣସି ଉପାୟ ନ ପାଇ ସେ ଗାଁ ପାଖ ଜଙ୍ଗଲରେ ୬ଦିନ ହେଲା ରହୁଛନ୍ତି । ଏକ ଭଙ୍ଗା ଦଦରା କୁଡ଼ିଆ ଘରେ ଏକା ରହୁଛନ୍ତି । ପରିବାର ଲୋକେ ତିନି କିଲୋମିଟର ଚାଲିଚାଲି ମୁଠେ ଖାଇବାକୁ ଆଣି ଦେଲେ ସେ ଖାଉଛନ୍ତି । ନ ହେଲେ ଭୋଗ ଉପାସରେ ରହୁଛନ୍ତି । ଏନେଇ ଜୀବରନ୍ଧନ ବରିହା କହିଛନ୍ତି, ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଆସିଥିଲି । ହେଲେ ଲୋକେ ଗାଁରେ ପୁରାଇ ଦେଲେ ନାହିଁ । ବାହାରେ ରହିବାକୁ କହିଲେ । ମୁଁ ଏବେ ଜଙ୍ଗଲ ଭିତରେ ରହୁଛି । ତେଣୁ ଦୁଃଖ ଲାଗୁଛି । ବନବାସ ଜୀବନ କାଟିଲା ଭଳି ଲାଗୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons