ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନେ୍ଦ ଉକ୍ରଳ ଜନନୀ’ । ସୂଚନା ଓ ଲୋକସଂପର୍କ ବିଭାଗର ପରାମର୍ଶ ଆଧାରରେ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ । ଆଜି (ସୋମବାର) ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ଚଳିତ ବର୍ଷ ବହି ବଣ୍ଟା ହୋଇ ସାରିଛି । ‘ବନେ୍ଦ ଉକ୍ରଳ ଜନନୀ’କୁ ପାଠ୍ୟକ୍ରମରେ ସାମିଲ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭାଗ ପଦକ୍ଷେପ ନେବ । ଯଦି ସୁବିଧା ହୁଏ, ତାହାହେଲେ ଏବର୍ଷ ସ୍ୱତନ୍ତ୍ର ପୁସ୍ତିକା କିର ପିଲାଙ୍କୁ ଦେବାର ବ୍ୟବସ୍ଥା କରାଯିବ । ଏନେଇ ବିଭାଗ ବିସ୍ତୃତ ଅନୁଧ୍ୟାନ ପରେ ନିଷ୍ପତ୍ତି ନେବ । ମନ୍ତ୍ରୀ ଆହୁରି କହଛନ୍ତି, ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବା ସୂଚନା ଓ ପ୍ରସାରଣ ବିଭାଗ ଯେଉଁ ଆଧାରରେ କହିବ, ସେହି ଅନୁସାରେ ପାଠ୍ୟକ୍ରମରେ ସାମିଲ ହେବ । ପାଠ୍ୟକ୍ରମରେ ସଂଗୀତ ରହିବ ଓ କାନ୍ତକବିଙ୍କ ସଂପର୍କରେ ବି ସ୍ଥାନ ପାଇବ । ଶ୍ରୀ ଦାଶ କହିନ୍ତି, ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହି ସଂଗୀତ ଗାନ କରାଯିବ । ଏବେ ବି କିଛି ସ୍କୁଲରେ ଗାନ କରାଯାଉଛି । ସୂଚନାଯୋଗ୍ୟ, ଗତକାଲି ରାଜ୍ୟ କ୍ୟାବିନେଟ୍ରେ ବନେ୍ଦ ଉକ୍ରଳ ଜନକୀକୁ ରାଜ୍ୟ ସଂଗୀତ ମାନ୍ୟତା ମିଳିଥିଲା । ବିଧାନସଭାରେ ବିଧିବଦ୍ଧ ବିଲ୍ ଆସିବା ପରେ ଏହା ରାଜ୍ୟ ସରକାରୀ ସଂଗୀତ ଭାବେ କାର୍ଯ୍ୟ କରିବ । ଏହାକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ୍ୟକ୍ରମରେ ସାମିଲ କରିବାକୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି ।
Comments are closed, but trackbacks and pingbacks are open.