ଟିଏମ୍ସି ଦାୟିତ୍ୱରେ ଥିବା ଯବାନ କରୋନାରେ ଆକ୍ରାନ୍ତ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ଜଣେ ଓଏସଏସଏଫ୍ ଯବାନ କରୋନରେ ଆକ୍ରାନ୍ତ ହୋଇଛନ୍ତି । ସେ ହୁମା ଓ ଖଲ୍ଲିକୋଟ ଟିଏମ୍ସି ରେ ପାଟ୍ରୋଲିଂ ଡୁ୍ୟଟିରେ ନିୟୋଜିତ ଥିଲେ । ରକ୍ତ ଓ ସ୍ୱାବ ଟେଷ୍ଟରେ ପଜିଟିଭ୍ ଆସିବା ପରେ ତାଙ୍କୁ ସୀତାପଲ୍ଲୀ ପାରଳା ମହାରାଜା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସୁରଟ ଫେରାନ୍ତା ପାଦ ଦେବା ପରେ ଗଞ୍ଜାମ ଜିଲ୍ଲାରେ କରେନା ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିଲା । ଆଜି ସୁଦ୍ଧା ଜିଲ୍ଲାରେ ୭୪୯ ଜଣ କରେନାରେଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଭିତରୁ ୪ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୪୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୨୦୪ ଜଣ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡ଼ା ଅନେକ ପ୍ରବାସୀ ଏବେ କ୍ୱାରେର୍ଟାଇନ୍ରେ ଅଛନ୍ତି । ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons