ନୟାଗଡ଼, (ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ଗଣିଆ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଅଟକ ରଖିଛି । ସେମାନଙ୍କଠାରୁ ଗୋଟିଏ ଚୋରା ବନ୍ଧୁକ ଓ ଅଫୁଟା ଗୁଳି ଜବତ କରାଯାଇଛି । ଆଜି ଭୋରରେ ବନ ବିଭାଗର ଏକ ଟିମ୍ ଗଣିଆ ବନାଞ୍ଚଳ ଅଧିନ ବାଙ୍କାମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଶିକାରୀମାନେ ସନେ୍ଦହଜନକ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଦେଖି ବନ ବିଭାଗ ସେମାନଙ୍କୁ ଧରିଥିଲା । ତେବେ ସେମାନେ କୌଣସି ବନ୍ୟଜନ୍ତୁ ଶିକାରକରିଛନ୍ତି କି ନାହିଁ ସେନେଇ ବନ ବିଭାଗ ଅଧିକ ପଚରା ଉଚରା ଚଳାଇଛି ।
Comments are closed, but trackbacks and pingbacks are open.