ଉଦଳା,(ବି.ବି.ନୁ୍ୟଜ୍): ମହୁ ସଂଗ୍ରହ କରିବାକୁ ଯାଇ ମହୁମାଛି ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଏଥିସହ ୨ ଜଣ ଆହତ ହୋଇଛନ୍ତି । ଏପରି ଘଟଣା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଚେମଚେଟା ଗାଁରେ ଘଟିଛି । ଗତକାଲି ସନ୍ଧ୍ୟାରେ ଏହି ଗାଁର ୭ ଜଣ ନିକଟସ୍ଥ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ମହୁମାଛି ଆକ୍ରମଣରେ ୩ ଜଣ ଗୁରୁତର ହୋଇଥିଲେ । ଗ୍ରାମବାସୀ ଖବର ପାଇ ସେମନାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ସନିଆ ଭକ୍ତା ନାମକ ଯୁବକଙ୍କର ଗତକାଲି ବିଳମ୍ବିତ ରାତିରେ ମୃତୁ୍ୟ ହୋଇଥିଲା । ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି । ଅବଶିଷ୍ଟ ୪ ଜଣ ଜଙ୍ଗଲରୁ ସୁରକ୍ଷିତ ଭାବେ ଫେରି ଆସିଥିବା ସୂଚନା ମିଳିଛି । କପ୍ତିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.