ଭୁବନେଶ୍ୱର, (ବି.ବି.ବୁ୍ୟରୋ): କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟ ବିଜେପି ତା’ର ସାଂଗଠନିକ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦାୟିତ୍ୱ ନେବାର ୫ ମାସ ପରେ ତାଙ୍କ ଟିମ୍ ଘୋଷଣଶ କରିଥିବା ବେଳେ ରାଜ୍ୟ ବିଜେପିର ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ଭାବେ ନୂଆ ମୁହଁଙ୍କୁ ସ୍ଥାନ ମିଳିଛି । ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ ପରେ ରାଜ୍ୟ ବିଜେପି ପଦାଧିକାରୀ ଓ ରାଜ୍ୟ ର୍କା୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇଛି । ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ, ରାଜ୍ୟ ଛାତ୍ର ବିଜେପି ସଭାପତି ଇରିଶ ଆଚାର୍ଯ୍ୟ, କୃଷକ ମୋର୍ଚ୍ଚା ସଭାପତି ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଭାବେ ସାଂସଦ ବିଶେଶ୍ୱର ଟୁଡୁ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୂପ୍ରସାଦ ତରାଇ ଓ ରାଜ୍ୟ ସଂଖ୍ୟାଲଘୁ ସଭାପତି ଭାବେ ସିକନ୍ଦର ଅଲ୍ଲୀଙ୍କୁ ନିଯୁକ୍ତି ମିଳିଛି । ସେହିପରି ରାଜ୍ୟ ବିଜେପିର ମୁଖପାତ୍ର ଟିମ୍ରେ ୧୦ ଜଣ ନେତାଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ସୀଦୀପ୍ତ ରାୟ, ପିତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଂଚି ନାରାୟଣ ତ୍ରିପାଠୀ, ଧୀରେନ ଶତପଥୀ, ସୋନାଲି ସାହୁ, ଠାକୁର ରଣଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକ ଅଛନ୍ତି । ସେହିପରି ରାଜ୍ୟ କାର୍ଯ୍ୟାଳୟର ସମ୍ପାଦକ ଭାବେ ଦେବେନ୍ଦ୍ର ନନ୍ଦଙ୍କୁ ନିଯୁକ୍ତି ଦିଆଯାଇଛି ।
Comments are closed, but trackbacks and pingbacks are open.