କଲଭର୍ଟ ତଳକୁ ଖସିଲା ବାଇକ୍: ୨ ମୃତ, ୧ ଗୁରୁତର

Get real time updates directly on you device, subscribe now.

ସୁନ୍ଦରଗଡ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କଲଭର୍ଟ ତଳକୁ ବାଇକ୍ ଖସି ପଡ଼ିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ଚିକିତ୍ସା ଲାଗି ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ଗୋଟାଏ ସମୟରେ କିଞ୍ଜିରକେଲା ଥାନା ଅନ୍ତର୍ଗତ କଲ୍ବା ପଞ୍ଚାୟତ ବାଙ୍କିବାହାଲ ଗ୍ରାମର ତିନି ଜଣ ଯୁବକ ଦୀପକ ମାଝୀ (୨୨), ଶଶିରାମ ରୋହିଦାସ (୧୮) ଓ ବିଦେଶୀ ପ୍ରଧାନ (୨୦) ଏକ ବାଇକ୍ରେ ସୁନ୍ଦରଗଡ଼ ଆଡ଼କୁ ଆସୁଥିଲେ । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଦୀପକ ଓ ଶଶିରାମଙ୍କ ମୃତୁ୍ୟ ଘଟିଥିବା ବେଳେ ବିଦେଶୀ ଗୁରୁତର ଆହତ ହୋଇଥିଲେ । ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପୁଲିସ୍କୁ ସୂଚନା ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି କଲଭର୍ଟ ତଳୁ ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର କରିବା ସହ ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ପଠାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons