୧୦ରୁ ବଢ଼ିପାରେ ବର୍ଷା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ବର୍ଷା ପୁଣି ବଢ଼ିବ । ଦେବଗଡ଼, ସୁନ୍ଦରଗଡ଼, କେଉଁଝର, ମାଲକାନଗିରି ଓ କୋରାପୁଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୧ ତାରିଖରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆତ୍ତଳିକ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନାହିଁ । ତେବେ ବିହାର, ପୂର୍ବ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । କିନ୍ତୁ ଲଗାଣ ବର୍ଷାର କୌଣସି ସମ୍ଭାବନା ନାହିଁ ।
ସେପଟେ ୧୦ ଓ ୧୧ ତାରିଖରେ ସାମାନ୍ୟ ବର୍ଷାର ପୂର୍ବାନୁମାନ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୦ ତାରିଖରେ ଦେବଗଡ, ସୁନ୍ଦରଗଡ, କେଉଁଝର, ମାଲକାନଗିରି ଓ କୋରାପୁଟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୧ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, କେଉଁଝର, ଜଗତସିଂହପୁର, ଭଦ୍ରକ, କଟକ, ଢେଙ୍କାନାଳ, ସୁନ୍ଦରଗଡ ଓ ସମ୍ବଲପୁରରେ ବର୍ଷା ହୋଇପାରେ ବୋଲି ଆତ୍ତଳିକ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ଥିଲା । ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ତାଳଚେର ଓ କୋରାପୁଟରେ ଗତ ୨୪ ଘଣ୍ଟା ଭିତରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ସର୍ବାଧିକ ୩୫.୭ ଓ ସମ୍ବଲପୁରରେ ୨୮ମିଲିମିଟର ବର୍ଷା ରେକର୍ଡ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons