ରାଜ୍ୟରେକରେନା ନେଲା ଆଉ ଏକ ମୁଣ୍ଡ, ମୃତୁ୍ୟ ସଂଖ୍ୟା ୧୧ ଛୁଇଁଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ଜଣଙ୍କ ମୃତୁ୍ୟ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁଏହି ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ରେ କୁହାଯାଇଛି ଜଣେ ୫୦ ବର୍ଷୀୟ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତୁ୍ୟ ଘଟିଛି । ସେ ଗଞ୍ଜାମ ଜିଲ୍ଲାର । ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସେ ଡାଇବେଟିସ୍ , ହାଇପରଟେନସନ ଓ କିଡ୍ନୀ ରୋଗରେ ପୀଡିତ ଥିଲେ । ଏହି ବ୍ୟକ୍ତିଙ୍କ ମୃତୁ୍ୟ ସହିତ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୧ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୬ ଜଣ ହୋଇଥିବା ବେଳେ ଖୋର୍ଦ୍ଧାର ୪ ଜଣ ଓ କଟକର ଜଣେ । ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତୁ୍ୟ ଘଟିଛି । ତେବେ କରୋନା ଯୋଗୁ ସେମାନଙ୍କର ମୃତୁ୍ୟ ଘଟି ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ ରେ ପହଞ୍ଚିଥିବା ବେଳେ ୨୫୯୪ ଜଣ ସୁସ୍ଥ ହୋଇସାରିଛନ୍ତି । ୧୩୦୧ ଜଣ ଚିକିତ୍ସାଧିନ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons