ବୀରମିତ୍ରପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତଗର୍ତ ଲୋଡ଼ସେରା ଗାଁରେ ବଜ୍ରପାତରେ ଦୁଇ ଜଣ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତକ ଦ୍ୱୟ େଲେ ଭୀମ କେକ୍ରେଟା (୨୦) ଓ ବିନୀତ ଡୁଙ୍ଗଡୁଙ୍ଗ (୨୦) । ଭୀମଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଏକମା ଅଞ୍ଚଳରେ । ବିନୀତଙ୍କ ଘର ଝାରଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲା ଆମ୍ବାପାନି ଗାଁରେ । ହେଲେ ସେମାନେ ଏଠାରେ ଶ୍ରମିକ ଭାବେ କାମ କରୁଥିଲେ । ସୂଚନା ଅନୁଯାୟୀ , ଲୋଡ୍ସେରା ଗାଁରେ ଏକ ବ୍ରିଜ୍ କାମ ଚାଲିଥିଲା । ତେଣୁ ନିର୍ମାଣାଧୀନ ବ୍ରିଜ୍ ନିକଟରେ ୧୫ ଜଣ ଶ୍ରମିକ କ୍ୟାମ୍ପ କରି ରହୁଥିଲେ । ହେଲେ ଆଜି ବର୍ଷା ଯୋଗୁ ବ୍ରିଜ୍ କାମ ବନ୍ଦ ଥିଲା । ଭୀମ ଓ ବିନୀତ କ୍ୟାମ୍ପ ନିକଟରେ ଥିବା ନଳକୂପରୁ ପାଣି ଆଣିବାକୁ ଯାଉଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ସେମାନେ ଘଟଣାସ୍ଥଳରେ ଅଚେତ ହୋଇ ପଡିଥିଲେ । ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରି କୁଆଁରମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା ଓ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୋଲିସ ଦୁଇଟି ଅପମୃତୁ୍ୟ ମାମଲା ରୁଜୁ କରିଛି ।
Comments are closed, but trackbacks and pingbacks are open.