ହାତୀଙ୍କୁ ହତ୍ୟା କରାଯାଇଛି!

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡା ସେrନର ଗୁରୁବେଡା ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ୨ ହାତୀ ଶିକାର ଘଟଣାର ତନାଘନା ଆରମ୍ଭ ହୋଇଛି । ସୋମବାର ପୂର୍ବାହ୍ନରେ ବନବିଭାଗର ବରିÂ ଅଧିକାରୀ ଯଥା ଭୁବନେଶ୍ୱରସ୍ଥିତ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ୱଇଲଡ୍ଲାଇଫ) ଶଶୀ ପଲ୍ , ରାଉଲକେଲାସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ(ଆରସିସି ଏଫ) ଭଞ୍ଜ କିଶୋର ସ୍ୱାଇଁ , କେନ୍ଦୁଝର ଡିଏଫ୍ଓ ସନ୍ତୋଷ ଯୋଶୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପାରିପାଶ୍ୱର୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେଉଁ ପରିସ୍ଥିତିରେ ହାତୀ ୨ଟିର ମୃତୁ୍ୟ ଘଟିଲା ଏହାକୁ ନେଇ ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଜଙ୍ଗଲରେ ତନ୍ନ ତନ୍ନ କରି ନୀରିକ୍ଷଣ କରିଥିଲେ ମଧ୍ୟ ମୃତୁ୍ୟର ସ୍ପଷ୍ଟ କାରଣ ଜଣାପଡି ନାହିଁ । ସୋମବାର ସନ୍ଧ୍ୟାରେ ୨ ହାତୀଙ୍କ ମୃତ ଦେହ ବ୍ୟବଚ୍ଛେଦଆରମ୍ଭ ହୋଇଛି ।
ହାତୀ ଗୁଡିକର ପାଟି ପାଖରେ ବିଶେଷ କ୍ଷତ ହୋଇଥିବା ଦେଖିବାକୁ ମଳିଥିବାରୁ ଖାଦ୍ୟ ପଦାର୍ଥରେ କୌଣସି ବିଷ କିମ୍ବା ବିସ୍ଫୋରକ ଦିଆଯାଇ ପାରିଥାଏ ବୋଲି ଆଶଙ୍କା କରାଯାଉଛି । ତେବେ ୨ ହାତୀଙ୍କ ମୃତ ଦେହ ନିକଟରୁ ବାଇଣ୍ଡିଂ ତାର ଓ ଇନସୁଲେଟର ଭର୍ତ୍ତି ଏକ ବ୍ୟାଗ୍ ମିଳିଛି । ନିକଟରେ ଯାଇଥିବା ୧୧ କେଭି ବିଦୁ୍ୟତ ଖୁଣ୍ଟର ତାର ସହ ବାଇଣ୍ଡିଂ ତାରକୁ ସଂଯୋଗ କରି ଶିକାର ପାଇଁ ବିଦୁ୍ୟତ ଫାସ ବିଛାଯାଇଥିଲା । ହାତୀ ସେହି ବାଟ ଦେଇ ଯିବା ବେଳେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ମୃତୁ୍ୟ ବରଣ କରିଥିବା ଅନୁମାନ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ବାର୍ହା ଆଦି ଛୋଟ ବନ୍ୟପା୍ରଣୀ ଶିକାର କରିବା ପାଇଁ ଜଙ୍ଗଲରେ ବିଦୁ୍ୟତ ତାର ବିଛା ହୋଇଥିଲା କିନ୍ତୁ ବିଦୁ୍ୟତ ସଂସ୍ପର୍ଶରେ ଆସିଯିବାରୁ ହାତୀଙ୍କର ମୃତୁ୍ୟ ହୋଇଥାଇପାରେ ବୋଲି ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ୱଇଲଡ୍ଲାଇଫ) ଶଶୀ ପଲ୍ କହିଛନ୍ତି ।
ତେବେ ୧୧ କେଭି ବିଦୁ୍ୟତ ତାର ସହ ବାଇଣ୍ଡିଂ ତାର ସଂଯୋଗ କରି ଜଙ୍ଗଲ ମଧ୍ୟରେ ଫାସ ବିଛା ଯାଇଥିବା ଘଟଣାକୁ ବିଦୁ୍ୟତ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି । ଏହି ଲାଇନ ପାଇଁ ବିଦୁ୍ୟତ ବିଭାଗ ପକ୍ଷରୁ ନୂଆକରି ଷ୍ଟ୍ରକଚର ନିର୍ମାଣ କରାଯାଇଛି । ଟିକିଏ ତୃଟି ବିଚୁ୍ୟତି ହେଲେ ସଙ୍ଗେ ସଙ୍ଗେ ଟ୍ରିପ ହୋଇ ବିଦୁ୍ୟତ ବିଚ୍ଛିନ୍ନ ହୋଇଯିବ ଏବଂ କୌଣସି ବ୍ୟକ୍ତି ଏହି ତାରରୁ ହୁକ୍ ପକାଇବା ପାଇଁ ଚେଷ୍ଟା କଲେ ନିଜେ ବିପଦରେ ପଡିବା ସୁନିଶ୍ଚିତ ବୋଲି କହିଛନ୍ତି ଯୋଡା ଇଲେକ୍ଟିକାଲ ଏସଡିଓ ଦିବ୍ୟରଞ୍ଜନ ସାହୁ । ହାତୀ ମୃତୁ୍ୟର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପ୍ରାଥମିକ ଅନୁସନ୍ଧାନ ପରେ ବନ ବିଭାଗ ସତ କହୁଛି ନା ବିଦୁ୍ୟତ ବିଭାଗ ଏହା ଉପରେ ସନେ୍ଦହ ଉପୁଜିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons