ବଡ଼ଭାଇଙ୍କୁ ହତ୍ୟା କଲା ସାନ

Get real time updates directly on you device, subscribe now.

ବସ୍ତା,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରାଇ ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ସାନଭାଇ ବଡ଼ଭାଇଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ଉଦେ୍ଧଶ୍ୟରେ ମୃତଦେହକୁ ଗ୍ରାମ ନିକଟସ୍ଥ ନଦୀ କୂଳରେ ଏକ ଅଖାରେ ଭର୍ତ୍ତି କରି ପୋତି ଦେଇଥିଲା । ଏ ଘଟଣା ୫ ଦିନ ଅତିକ୍ରାନ୍ତ କରିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋମବାର ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ମୃତଦେହ ଉଦ୍ଧାର ପୂର୍ବକ ଜବତ୍ କରିଛି । ଏହି ଘଟଣାରେ ମୃତକଙ୍କ ସାନଭାଇ ସମେତ ୫ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଘଟଣାରୁ ପ୍ରକାଶ, ଏହି ଗ୍ରାମର ରୋହିତ ହେମ୍ବ୍ରମ୍(୩୦)ଙ୍କୁ ତାଙ୍କ ସାନଭାଇ ଟିମା ସ୍ଥାନୀୟ ଗ୍ରାମର କିଛି ଲୋକଙ୍କ ସହାୟତାରେ ଗତ ୧୦ ତାରିଖ ରାତିରେ ହତ୍ୟା କରିଥିଲା । ପ୍ରମାଣ ଲୁଚାଇବାକୁ ସେ ମୃତଦେହକୁ ଅଖାରେ ଭର୍ତ୍ତି କରି ଘର ନିକଟସ୍ଥ ନଦୀ କୂଳରେ ପୋତି ଦେଇଥିଲା । ଏହି ଘଟଣା ଘଟିବା ନେଇ ପୁଲିସ କୌଣସି ଟେର ପାଇନଥିଲା । ହତ୍ୟାକାଣ୍ଡର ୫ଦିନ ପରେ ବିଶ୍ୱସ୍ତ ସୂତ୍ରରୁ ପୁଲିସ ଖବର ପାଇଥିଲା । ସୋମବାର ଏହି ଘଟଣାର ତଦନ୍ତ ପାଇଁ ବସ୍ତା ଥାନା ଆଇଆଇସି ସଦଳବଳ ସ୍ଥାନୀୟ ଗ୍ରାମରେ ପହଞ୍ଚି ଖୋଳତାଳ ଆରମ୍ଭ କରିଥିଲେ । ମୃତକଙ୍କ ଭାଇକୁ ହତ୍ୟାକାଣ୍ଡରେ ତଦନ୍ତ ପରିସରଭୁକ୍ତ କରି ପଚାରାଉଚୁରା କରିବାରୁ ସେ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ଖବର ପାଇ ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି, ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁରକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ପୋତାଯାଇଥିବା ସ୍ଥାନର ସନ୍ଧାନ ଦେଇଥିଲା । ଏହା ପରେ ମାଟି ଖୋଳାଯାଇ ମୃତଦେହକୁ ବାହାର କରାଯାଇଥିଲା । ପୁଲିସ ନଂ୧୪୩/୨୦ରେ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇବା ସହିତ ଏହି ମାମଲାରେ ମୃତ ଯୁବକଙ୍କ ଭାଇ ଟିମା ସହ ୫ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକାଶ ଯୋଗ୍ୟ, ମୃତ ରୋହିତ କିଛି ଦିନ ଧରି ମାନସିକ ବିକାରଗ୍ରସ୍ତ ହୋଇଥିଲେ । ତାଙ୍କର ୩ ସନ୍ତାନ ଅଛି । ହେଲେ ସ୍ତ୍ରୀ ତାଙ୍କ ନିକଟରେ ରହୁନଥିଲେ । ଅନେକ ସମୟରେ ସେ ନିଶାଗ୍ରସ୍ତ ହୋଇ ପଡେ଼ାଶୀଙ୍କୁ ଆକ୍ରମଣ କରୁଥିଲେ । ଏଥିରେ ସ୍ଥାନୀୟ ଲୋକେ ଅତିÂ ହୋଇ ପଡ଼ିଥିଲେ । ୧୦ତାରିଖ ରାତିରେ ତାଙ୍କ ଭାଇ ସହ ଯୁକ୍ତିତର୍କ ପରେ ହତ୍ୟାକାଣ୍ଡ ଘଟିଥିଲା । ସଂଘବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାରମ୍ଭିକ ତଦନ୍ତରୁ ସୂଚନା ପାଇ ୫ଜଣକୁ ଅଟକ ରଖିଥିବା ବେଳେ ଏହି ହତ୍ୟାକାଣ୍ଡରେ ଅଧିକ ଲୋକଙ୍କର ସଂପୃକ୍ତି ଥିବା ସନେ୍ଦହ କରି ତଦନ୍ତ ଜାରି ରଖିଛି । ବସ୍ତା ଥାନା ଆଇଆଇସି ମାନସ କୁମାର ଦେଓଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ ପ୍ରକ୍ରିୟା ଜାରି ଥିବା ହେତୁ ଅଟକ ବ୍ୟକ୍ତିଙ୍କ ନାମ ଏବଂ ଅନ୍ୟାନ୍ୟ ସବିଶେଷ ତଥ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons