ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଇଣ୍ଡିଆନ୍ ଗ୍ୟାସ୍ ଏକ୍ସଚେଞ୍ଜ (ଆଇଜିଏକ୍ସ) ଭାରତର ଉର୍ଜ୍ଜା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଭାରତର ଏହି ପ୍ରଥମ ଅନ୍ଲାଇନ୍ ବିତରଣ ଆଧାରିତ ଗ୍ୟାସ୍ ଟ୍ରେଡିଂ ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସ୍ର ଫ୍ରି ମାର୍କେଟିଂ ମୂଲ୍ୟନୀତି ଦିଗରେ ଆଗେଇ ନେବାରେ ସହଯୋଗ କରିବ । ସୋମବାର ଏକ ଅନ୍ଲାଇନ୍ ସମାରୋହ ଜରିଆରେ ଆଇଜିଏକ୍ସର ଶୁଭାରମ୍ଭ କରି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାକୃତିକ ଗ୍ୟାସ୍ର ମୂଲ୍ୟ ନିର୍ଦ୍ଧାରଣରେ ଆଇଜିଏକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ଦିଗରେ ଏହି ପ୍ଲାଟଫର୍ମ ବେଶ୍ ସହାୟକ ହେବ ଓ ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ବଡ଼ ପଦକ୍ଷେପ । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ନିୟାମକ ବୋର୍ଡ (ପିଏନ୍ଜିଆର୍ବି) ଖୁବ୍ଶୀଘ୍ର ଗ୍ୟାସ୍ ପରିବହନ ପାଇଁ ଏକ ନୂଆ ବ୍ୟବସାୟ ଅନୁକୂଳ ଶୁଳ୍କ ନୀତି ଘୋଷଣା କରିବ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଆଇଜିଏକ୍ସ ମାଧ୍ୟମରେ ଏଲ୍ଏନ୍ଜି ଟର୍ମିନାଲ, ଗ୍ୟାସ୍ ପାଇପଲାଇନ୍, ସିଜିଡି ଭିତ୍ତିଭୂମି ଓ ବଜାର ଚାଳିତ ମୂଲ୍ୟ ପଦ୍ଧତି ପାଇଁ ଅନୁମତି ଦ୍ୱାରା ବଡ଼ ପୁଞ୍ଜିନିବେଶ ପାଇଁ ଭାରତର ଦୂରଦୃଷ୍ଟି ବାସ୍ତବ ରୂପ ନେବ । ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ଗ୍ୟାସ୍ କ୍ଷେତ୍ରରେ କତ୍ତାର, ଅଷ୍ଟେ୍ରଲିଆ, ଋଷ ଓ ଆମେରିକା ଭଳି ରାଷ୍ଟ୍ର ସହ ଦୀର୍ଘକାଳୀନ ଚୁକ୍ତି କରିଛି । ଏହାସହ ମୋଜାମ୍ବିକ୍ ସମେତ ଅନ୍ୟ ଦେଶରେ ମଧ୍ୟ ଭାରତ ଋଣନୀତିକ ସମ୍ପତ୍ତିରେ ପୁଞ୍ଜିନିବେଶ କରିଛି ।
ଏ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଦେଶର ଗ୍ୟାସ୍ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ କ୍ରିୟାନ୍ୱୟନ ହେଉଥିବା ଉର୍ଜା ଗଙ୍ଗା, ପୂର୍ବ ଭାରତ ଗ୍ରୀଡ୍, ଧାମରା-ଦହେଜ ପାଇପ୍ଲାଇନ୍, କୋଇଲା ଗ୍ୟାସିଫିକେସନ୍ ଓ ସିବିଏମ୍ ପଲିସି ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ କହିଥିଲେ, ଆଗାମୀ କିଛି ବର୍ଷ ମଧ୍ୟରେ ଦେଶରେ ୩୦ହଜାର କିଲୋମିଟର ପାଇପ୍ଲାଇନ୍ ବିଛାଯିବ । ସେହିପରି ଦେଶବାସୀଙ୍କୁ ଉର୍ଜ୍ଜା ନ୍ୟାୟ ପ୍ରଦାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି, ଭାରତୀୟଙ୍କୁ ସ୍ୱଚ୍ଛ, ସୁଲଭ, ନିରନ୍ତର ଓ ସମାନ ଉର୍ଜା ଯୋଗାଣ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି ।
Comments are closed, but trackbacks and pingbacks are open.