ଭାତରେ ବିଷ ଦେଲା ବାପା: ପରିବାରର ୫ ଗୁରୁତର

Get real time updates directly on you device, subscribe now.

ମାଲକାନଗିରି, (ବି.ବି.ନୁ୍ୟଜ୍): ଭାତରେ ବିଷ ମିଶାଇ ନିଜ ପରିବାର ଲୋକଙ୍କୁ ଖାଇବାକୁ ଦେଲା ବାପା । ଏଥିରେ ପରିବାରର ୩ ପିଲାଙ୍କ ସମେତ ୫ ଜଣ ଗୁରୁତର ହୋଇ ପଡିଛନ୍ତି । ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କାଳିଆ ନାଏକଗୁଡ଼ାରେ ଘଟିଛି । ଗୁରୁତରଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ୨ ଝିଅ, ଗୋଟିଏପୁଅ, ସ୍ତ୍ରୀ ଓ ଭାଇ ଅଛନ୍ତି । ସୂଚନାଯୋଗ୍ୟ, ଗତକାଲି ରାତିରେ ପରିବାରର ସମସ୍ତେ ଭାତ ଖାଇଥିଲେ । ଏହାର କଛି ସମୟ ପରେ ସେମାନଙ୍କ ବାନ୍ତି ହୋଇଥିଲା । ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ପରେ ସମସ୍ତେ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଜଣେ ଝିଅଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ପରିବାର ଲୋକଙ୍କ କହିବାମୁତାବକ, ଅଭିଯୁକ୍ତ ଜଣକ ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଏହାପରେ ସେ ଭାତରେ କିଛି କିଟନାଶକ ମିଶାଇଦେଇଥିବା ସେମାନେ ସନେ୍ଦହ କରୁଛନ୍ତି । ଏହାର କିଛି ସମୟ ପରେ ସେମାନେ ଭାତ ଖାଇଥିଲେ । ହେଲେ ତା’ ପରେ ପରେ ଅସୁସ୍ଥତା ଅନୁଭବ କରି ସମସ୍ତଙ୍କର ବାନ୍ତି ହୋଇଥିଲା । ଏହି ଘଟଣା ପରେ ଅଭିଯୁକ୍ତ ଜରକ ଫେରାର ହୋଇଯାଇଥିବା ଜଣାଯାଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons