ବଢ଼ିଲା ବସ୍ ଭଡ଼ା

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ନୁ୍ୟଜ୍): ଲଗାତାର ଦଶମ ଦିନ ପାଇଁ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଏହି ୧୦ ଦିନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୫ ଟଙ୍କାରୁ ଅଧିକ ବଢ଼ି ସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଆଜି ବସ୍ ଭଡ଼ା ବଢ଼ାଇଛନ୍ତି ସରକାର । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ସୂଚନା ମୁତାବକ , ଅଡିନାରୀ ବସ୍ ଭଡ଼ା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଲା । ଏକ୍ସପ୍ରେସ୍ ବସ୍ ଭଡ଼ା ୭୦ ରୁ ୭୩ ପଇସାକୁ ବଢ଼ିଛି । ଡିଲକ୍ସ ଭଡ଼ା ୯୫ରୁ ୧ଟଙ୍କା ୧ ପଇସାକୁ ବଢ଼ିଛି । ଏସି ଡିଲକ୍ସ ଭଡ଼ା ୧ଟଙ୍କା ୧୭ରୁ ୧ଟଙ୍କା ୨୩କୁ ବଢ଼ିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons