ଧର୍ମଗଡ଼,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଖାଲିଆଭଟା-ମତୁଆଲାଗୁଡ଼ା ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ ବାଇକଟି ଭାରସାମ୍ୟ ହରାଇ ଇନ୍ଦ୍ରାବତୀ କେନାଲରେ ଖସିପଡ଼ିବାରୁ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଜଣଙ୍କ ବିଭୁ କାଣ୍ଡା ଆହତ । ଆହତ ରାଜେଶ ବେରୁଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି । ଉଭୟଙ୍କ ଘର ଜୁନାଗଡ଼ ବ୍ଲକ ମାଲିଗୁଡ଼ା ଗାଁରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେରାଜେଶ ନିଜ ସାଙ୍ଗ ବିଭୁଙ୍କ ସହ ଶଶୁର ଘରକୁଯାଇଥିଲେ । ସେଠାରୁ ଗତକାଲି ରାତିରେ ଉଭୟ ଘରକୁ ଫେରୁଥିଲେ । ଏହି ସମୟରେ ଖାଲିଆଭଟା- ମାତୁଆଲାଗୁଡ଼ା ଗାଁ ନିକଟରେ ଥିବା ଇନ୍ଦ୍ରାବତୀ କେନାଲରେ ସେମାନଙ୍କ ବାଇକ୍ଟି ଭାରସାମ୍ୟ ହରାଇ ଖସିପଡିଥିଲା । ଘଟଣାସ୍ଥଳରେ ବିଭୁଙ୍କ ମୃତୁ୍ୟ ଘଟିଥିବାବେଳେ ରାଜେଶ ଆହତ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।
Comments are closed, but trackbacks and pingbacks are open.