ମହିଳାଙ୍କୁ ଫୋନ କରିବା ମହଙ୍ଗା ପଡିଲା: ଗଛରେ ବାନ୍ଧି ଛେଚିଲେ ଗାଁ ଲୋକେ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ପୂର୍ବରୁ କେବେ ଦେଖା, ସାକ୍ଷାତ କି ପରିଚୟ ଦିଆନିଆ ହୋଇ ନଥିଲା । ଜଣେ ମହିଳାଙ୍କୁ ବାରମ୍ବାର ଫୋନ କରି ହଇରାଣ କରୁଥିଲେଯୁବକ ଜଣକ । ହେଲେ ମହିଳା ଜଣକ ଯୁବକଙ୍କ ଜାଲରେ ନ ଫସିବାରୁ ଶେଷରେ ସାହସ ଜୁଟାଇ ଛେନାପୋଡ଼ ଧରି ତାଭକ ଘରକୁ ଆସିଥିଲେ । ହେଲେ ଯୁବକ ଜଣକଙ୍କୁ ଚିହ୍ନି ନ ଥିବା ମହିଳା କହିଥିଲେ । ଶେଷରେ ଗାଁ ଲୋକେ ଏକ ଗଛରେ ବାନ୍ଧି ତାଙ୍କୁ ନିଧୂପ ଛେଚିଛନ୍ତି । ଏହି ଘଟଣାଟି ଗଂଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ଅଞ୍ଚଳର ବୋଲି ଜଣାପଡିଛି । ହେଲେ ଉଭୟ ପକ୍ଷ ତରଫରୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ସୂଚନା ଯୋଗ୍ୟ, ଗତକାଲି ଅପରାହ୍ନ ସମୟରେ ଯୁବକଜଣକ ସମ୍ପୃକ୍ତ ଗାଁର ଜଣେ ମହିଳାଙ୍କ ଘରେ ପଶିବାକୁ ଚେଷ୍ଟା କରୁଥିଲେ । ଜଣେ ଅଚିହ୍ନା ଯୁବକଙ୍କୁ ଦେଖି ଗାଁ ଲୋକେ କାବୁକରି ପଚରାଉଚରା କରିଥିଲେ । ଏଥିସହ ସାଙ୍ଗରେ ମିଠା କାହା ପାଇଁ ଆଣିଛ ବୋଲି ତାଙ୍କୁ ପଚାରିଥିଲେ । କିନ୍ତୁ ଯୁବକଜଣଙ୍କ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ପରେ ଖୋଳତାଡ଼ କରିବାରୁ ସମ୍ପୃକ୍ତ ଯୁବକଜଣକ ଉକ୍ତ ଗ୍ରାମର ଜଣେ ମହିଳାଙ୍କୁ ବାରମ୍ବାର ଫୋନ କରି ହଇରାଣ କରୁତôବା ଜଣାପଡିଥିଲା । ଫଳରେ ଗ୍ରାମବାସୀ ତାଙ୍କୁ ଏକ ଗଛରେ ବାନ୍ଧିବା ସହ ନିଧୂମ ଛେଚିଥିଲେ । ଫଳରେ ଯୁବକଜଣକ ରକ୍ତାକ୍ତ ଅବସ୍ଥା ହୋଇଯିବାରୁ ତାଙ୍କୁ ଛାଡ଼ି ଦେଇଥିଲେ । ଏନେଇ ଥାନାରେ ଉଭୟ ପକ୍ଷ କୌଣସି ଅଭିଯୋଗ କରିନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons