ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଜଣେ ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସିଡିଏମ୍ଓ ବୈଦ୍ୟନାଥ ନାୟକ ଗିରଫ ହୋଇଛନ୍ତି । ଆଜି ନିଜ କ୍ଲିନିକ୍ରେ ଥିବା ବେଳେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଛି । ସୂଚନା ଅନୁଯାୟୀ, ଗତକାଲି ଡାକ୍ତର ନାୟକ ନିଜ କ୍ଲିନିକ୍ରେ ଥିବା ବେଳେ ଜଣେ ଗର୍ଭବତୀ ମହିଳା ନିଜ ସମ୍ପର୍କୀୟଙ୍କ ସହ ସେଠାକୁ ରେଗୁଲାର ଚେକ୍ଅପ୍ ପାଇଁ ଯାଇଥିଲେ । ମାତ୍ର ସେଠାରେଡାକ୍ତର ଜଣକ ତାଙ୍କୁ ଅସଦାଚରଣ କରିଥିଲେ । ଏନେଇ ମହିଳା ଜଣକ ଘରକୁ ଫେରି ନିଜ ସ୍ୱାମୀଙ୍କୁ କହିଥିଲେ । ଆଜି ଉଭୟ ପତିପନôୀ ଏ ସମ୍ପର୍କରେ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଡା. ମହାନ୍ତିଙ୍କୁ ତାଙ୍କ କ୍ଲିନିକ୍ରୁ ଗିରଫ କରିଛି । ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।
Comments are closed, but trackbacks and pingbacks are open.