ଉତ୍ତେଜନା ହ୍ରାସ ପାଇଁ ଭାରତ-ଚାଇନା ଆଲୋଚନା ଆରମ୍ଭ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଲଦାଖର ଗଲୱାନ ଭ୍ୟାଲିରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଉଭୟ ଦେଶ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ଆଜି ଏଥିରେ ନୂଆ ଟ୍ୱିଟ୍ ଆସିଛି । ଗଲୱାନ ଉପତ୍ୟକାରେ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁ ଗଲୱାନ ଭ୍ୟାଲିରେ ସୋମବାର ରାତିରେ ସଂଘର୍ଷ ହୋଇଥିଲା ଆଜି ସେହି ସ୍ଥାନରେ ଉଭୟ ଦେଶ ଆଲୋଚନା ଆରମ୍ଭ କରିଛନ୍ତି । ମେଜର ଜେନେରାଲ ରାଙ୍କ ସ୍ତରୀୟ ଆଲୋଚନାରେ ବହୁ ବରିÂ ଅଧିକାରୀ ଉପସ୍ଥିତ ରହିଛନ୍ତି । ଜୁନ୍ ୬ର ବୁଝାମଣା ଅନୁଯାୟୀ ଉଭୟ ଦେଶ ଗଲୱାନ ଭ୍ୟାଲିରୁ ପଛକୁ ଘୁଞ୍ଚିବେ ବୋଳି ନିଷ୍ପତ୍ତି ହୋଇଥିଲା । ତଥାପି ଚାଇନା ପିପି ୧୪ ନିକଟରୁ ପଛକୁ ଘୁଞ୍ଚି ନଥିଲା । ଯେଉଁଥି ପାଇଁ ସୋମବାର ରାତିରେ ଉଭୟ ଦେଶର ସେନା ପରସ୍ପରକୁ ଆକ୍ରମଣ କରିଥିଲେ । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚାଇନା ପକ୍ଷରୁ ପ୍ରାୟ ୪୩ ଜଣ ମୃତାହତ ହୋଇଥିବା ଖବର ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons