ସର୍ବଶିକ୍ଷା ଅଭିଯାନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ ବୈଲୋଚନ ପୁହାଣଙ୍କ ଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଭଦ୍ରକ ସହରରେ ଥିବା ବୈଲୋଚନଙ୍କ ନିଜ ଘର, ବଣିଆସ୍ଥିତ ପୈତୃକ ଘର, ଚରମ୍ପାସ୍ଥିତ ଶ୍ୱଶୁର ଘର ଓ ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବରୁ ବୈଲୋଚନଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ଥିଲା । ଏହି ଅଭିଯୋଗ ପରେ ଭିଜିଲାନ୍ସ ଆଜି ଚଢ଼ାଉ କରିଥିବା ସୂଚନା ମିଳିଛି । ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ ନେତୃତ୍ୱରେ ଭଦ୍ରକ ଭିଜିଲାନ୍ସର ୫ଟି ଟିମ୍ ଚଢ଼ାଉରେ ସାମିଲ ହୋଇଛି । ଚଢ଼ାୁ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons