ବଣାଇ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଧାୟକ ଲଧ୍ମଣ ମୁଣ୍ଡାଙ୍କ ପିଏସ୍ଓ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ନିଜ ସର୍ଭିସ୍ ରିଭରଭଲରୁ ଗୁଳି କରି ପିଏସ୍ଓ ଡମ୍ବରୁ ସାହୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ବଣାଇ ଆଇଆଇସିଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଡମ୍ବରୁ କୁଡ୍ରାସ୍ଥିତ ନିଜ ବାସଭବନରେ ନିଜ ସର୍ଭିସ୍ ରିଭରଭଲରୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ହେଲେ ସେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ କିଛି ଜଣାପଡିନାହିଁ ।
Comments are closed, but trackbacks and pingbacks are open.