ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ନୟାଗଡ଼ ଜିଲଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ହୋଇଥିବା ପ୍ରାଚୀନ ଗୋପିନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସଆଇକୁ ନିଦେ୍ର୍ଧଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମନ୍ଦିରର ଐତିହାସିକ ମହତ୍ୱ ଥିବାରୁ ଏହାର ପୁନଃଉଦ୍ଧାର ପାଇଁ ଏଏସ୍ଆଇ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେବାକୁ ନିବେଦନ କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଦୁଇ ପୂର୍ବତନ ବିତ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି । ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଗଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି । ମହାନଦୀରେ ମନ୍ଦିରଟି କେବେ ପୋତିହେଲା, କିଭଳି ପୋତିହେଲା, ଏହା କେତେବର୍ଷର ପୁରୁଣା ଆଦି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି ଦୁଇ ପୂର୍ବତନ ବିତ୍ ।
Comments are closed, but trackbacks and pingbacks are open.