‘ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟର ବିକଳ୍ପ ନାହିଁ’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଚଳିତ ବର୍ଷ ହେବନି ମହାପ୍ରଭୁଙ୍କ ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ଏହି ରାୟ ଜଗନ୍ନାଥ ପ୍ରେମୀଙକୁ ଆଘାତ ଦେଇଛି । ଏହାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ । ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହେବ । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ । ଧାର୍ମିକ ଦୃଷ୍ଟିକୋଣରୁ ଯାତ୍ରାବିଧି କେମିତି ପାଳନ ହେବ ତାହାର ନିଷ୍ପତ୍ତି ହେବ । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଏନେଇ ଆଲୋଚନା ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନଙ୍କ ସହ ମଧ୍ୟ ଆଲୋଚନା ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ସହ ବୈଠକ ପରେ ଯାହା ନିଷ୍ପତ୍ତି ନିଆଯିବ । ମହାମାରୀ କରୋନା ଯୋଗୁଁ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ପରେ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ମହାପ୍ରଭୁଙ୍କ ସାନ୍ନଯାତ୍ରା ସମ୍ପନ୍ନ ହୋଇଥିଲା । ଏହା ପରେ ମଧ୍ୟ ରଥଯାତ୍ରା ନେଇ ସସ୍ପେନ୍ସ ଜାରି ରହିଥିଲା । ତେବେ ଆଜି ସୁପି୍ରମକୋର୍ଟରେ ଦାୟର ମାମଲାର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଖଣ୍ଡପୀଠ । ଳୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ହୋଇଥିବା କୋର୍ଟ କହିଛନ୍ତି । ଏଥିସହ ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବେ, ତା ହେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା ଦେବେନାହିଁ ବୋଲି ଜଷ୍ଟିସ୍ ବୋବଡେ଼ କହିଛନ୍ତି । କେବଳ ପୁରୀ ନୁହେଁ ,ଚଳିତ ବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥଯାତ୍ରା ହୋଇପାିରବନି ବୋଲି ସୁପି୍ରମକୋର୍ଟ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons