ରାତି ଅଧିଆ କ୍ୟାବିନେଟ ବୈଠକ: ରଥଯାତ୍ରା ଓ ଶୋକ ପ୍ରସ୍ତାବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାତିଅଧିଆ କ୍ୟାବିନେଟ୍ ବୈଠକ ଅନୁÂିତ ହୋଇଛି । ବୈଠକରେ ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ବିଚାରବିମର୍ଶ ଓ ଚୀନ ଆକ୍ରମଣରେ ଶହୀଦ୍ ଯବାନଙ୍କ ସମ୍ମାନରେ ଶୋକପ୍ରସ୍ତାବ ସହ ନୀରବ ପ୍ରାର୍ଥନା ଅନୁÂିତ ହୋଇଥିଲା । କ୍ୟାବିନେଟ୍ ବୈଠକ ସମ୍ପର୍କରେ ଆନୁÂାନିକ ଭାବେ କେହି କିଛି କହିନଥିଲେ ମଧ୍ୟ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ୟାବିନେଟ ବୈଠକ ଆରମ୍ଭରେ ଚୀନ ସେନା ଆକ୍ରମଣରେ ଶହୀଦ୍ ହୋଇଥିବା ଯବାନଙ୍କ ସମ୍ମାନରେ ଏକ ଶୋକ ପ୍ରସ୍ତାବ ଓ ନୀରବ ପ୍ରାର୍ଥନା କରାଯାଇଥିଲା । ତା’ପରେ ରାଜ୍ୟର ଆଡଭୋକେଟ ଜେନେରାଲ ଅଶୋକ ପରିଜା ଓ ଆଇନ ସଚିବ ଶଶୀକାନ୍ତ ମିଶ୍ର ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଆଜି ଦେଇଥିବା ରାୟ ସମ୍ପର୍କରେ କ୍ୟାବିନେଟକୁ ଅବଗତ କରାଇଥିଲେ । ରଥଯାତ୍ରାକୁ ନେଇ ସୁପପ୍ରିମକୋର୍ଟ ଦେଇଥିବା ରାୟକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କରୋନା ସଙ୍କଟବେଳେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ରାଜ୍ୟ ସରକାର କୌଣସି ଅପିଲ୍ କରିବେ ନାହିଁ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ନିର୍ଦ୍ଧାରିତ ସମୟର ପ୍ରାୟ ୨୦ ମିନିଟ ବିଳମ୍ବରେ କ୍ୟାବିନେଟ ବୈଠକ ଅନୁÂିତ ହୋଇଥିଲା ଓ ମାତ୍ର ୧୫ ମିନିଟ୍ରେ ଶେଷ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ବୈଠକରେ ସାମିଲ ହୋଇଥିବାବେଳେ ଲୋକସେବା ଭବନରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ବିକ୍ରମ କେଶରୀ ଆରୁଖ୍ ପ୍ରମୁଖଙ୍କ ସମେତ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶ ଦାତା ଆାର ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ତଥା ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ଅର୍ଥ ସଚିବ ଅଶୋକ କୁମାର ମୀନା, ଶ୍ରୀମନ୍ଦିର ପ୍ରଶାସକ କ୍ରିଷ୍ଣନ କୁମାର ଓ ଅନ୍ୟ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons