ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): କୋଇଲା ଖଣି ନିଲାମ ହେଲେ ଇସ୍ପାତ, କୋଇଲା ଶକ୍ତି ତଥା ଆନୁଷଙ୍ଗିକ ଉଜ୍ଜା କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ହେବ ଓଡ଼ିଶା । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥବବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡ଼ିଶା ଭଳି କୋଇଲା ସମୃଦ୍ଧ ପୂର୍ବ ରାଜ୍ୟ ଗୁଡିକରେ ବେସରକାରୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ । ଏହି ଐତିହାସିକ ପଦକ୍ଷେପ ଦେଶରେ କୋଇଲା ଉପôାଦନକୁ ବୃଦ୍ଧି କରି ଉଜ୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବ । ପୂର୍ବ ଭାରତ ବିଶେଷ ଭାବରେ ଆଦିବାସୀ ଅଞ୍ଚଳ ଓ ଆଙ୍କାକ୍ଷୀ ଜିଲ୍ଲାକୁ ଭାରତ ବିକାଶର ପ୍ରମୁଖ ସ୍ତମ୍ଭ ରୂପେ ରୂପାନ୍ତରିତ କରିବ । ଏହି ପଦକ୍ଷେପ ।କ୍ତି, ଇସ୍ପାତ ଓ ଖଣି ସମେତ ଅନେକ କ୍ଷେତ୍ର ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ । ଉଜ୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବାଟ ଦେଖାଇବ । ସେ କହିଛନ୍ତି, ବାଣିଜି୍ୟକ ଖଣି ଭାରତରେ କୋଇଲାର ଉପଲବ୍ଧିର ଉନ୍ନତି କରିବା ସହ ପୁଞ୍ଜିନିବେଶ ପ୍ରତି ଆକର୍ଷିତ କରିବ । କୋଇଲା ଗ୍ୟାସିଫିକେସନକୁ ମଧ୍ୟ ବଡ଼ ଗତି ଦେବ । ଏହାବ୍ୟତୀତ ଦେଶର ଖାଦ୍ୟ ଓ ଉଜ୍ଜା ସୁରକ୍ଷାର ଉଦେଶ୍ୟ ଗୁଡିକୁ ପୂରଣ କରିବ । ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଅଗ୍ରସର କରାଇବ । ସେ ଆହୁରି କହିଛନ୍ତି, ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କିରବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଦେଶରେ ୨ଲକ୍ଷ ୮୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିଯୋଗାଇବେ । ନିଲାମ ହେବାକୁ ଥିବା ଖଣିଗୁଡିକ ବାର୍ଷିକ ରାଜ୍ୟ ସରକାରଙ୍କୁ ୨୦ ହଜାର କୋଟି ରାଜସ୍ୱ ଦେବ । ସେହିପରି ଭାରତ ସରକାର ୨୦୩୦ ସୁଦ୍ଧା ୧୦୦ ମିଲିୟନ ଟନ୍ କୋଇଲା ଗ୍ୟାସିପିକେସନ ଲକ୍ଷ୍ୟ ହାସଲ କରିବା ପାଇଁ ୨୦ ହଜାର କୋଟି ଟଙ୍କା ନିବେଶ କରିବାର ଯୋଜନା ରଖାଯାଇଛି ।
Comments are closed, but trackbacks and pingbacks are open.