ମୋହନା,(ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଗାନ୍ଧୀ ନାମକ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ରାତି୍ର ପ୍ରାୟ ସାଢେ଼ ୧୨ଯା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍ଟି ରାୟଗନାରୁ କଟକ ଅଭିମୁଖେ ଯାଉଥିଲା । ଏହି ସମୟରେ ଖ୍ରୀଷ୍ଟପୁର ଗାଁ ନିକଟରେ ସାମ୍ନା ପଟରୁ ଏକ ଟ୍ରକ ଆସିବାରୁ ବସ୍ଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟକୁ ଓଲଟି ପଡିଥିଲା । ବସ୍ରେ ୪୦ ଜଣ ଯାତ୍ରୀ ଥିଲେ । ଖବର ପାଇଁ ଅଡ଼ବା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.