ରଥଯାତ୍ରା ବନ୍ଦ ପ୍ରତିବାଦରେ ଆଜି ପୁରୀ ବନ୍ଦ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଇଁ ଶ୍ରୀଜଗନ୍ନାଥ ସେନା ଆହ୍ୱାନ ଦେଇଛି । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ସହ ଏହି ସମୟରେ କୌଣସି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରାଯିବ ନାହିଁ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରୟଦର୍ଶିନ ପଟ୍ଟନାୟକ କହିଛନ୍ତି । ଏହି ବନ୍ଦକୁ ସମର୍ଥନ କରିବାକୁ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ସେ ଆହ୍ୱାନ ଜଣାଇଛନ୍ତି । ପୁରୀ ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ଏହି ବନ୍ଦ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ପୁରୀ ରଥଯାତ୍ରାକୁ ବନ୍ଦ ରଖିବାକୁ ଗତକାଲି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାସ୍ଥ୍ୟ ପାଇଁ ରଥଯାତ୍ରା ବନ୍ଦ ହୋଇଥିବା ସେ କହିଥିଲେ । ଏଥିସହ ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବେ , ତା ହେଲେ ଭଗବାନ ଜଗନ୍ନାଥ ଆମକୁକ୍ଷମା ଦେବେ ନାହିଁ ବୋଲି ଜଷଟିସ୍ ବୋବଡେ଼ କହିଥିଲେ । କେବଳ ପୁରୀ ନୁହେଁ, ଚଳିତ ବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons