କାନ୍ଦ ବୋବାଳିରେ ଫାଟିଲା ପରିବେଶ: ପଞ୍ଚଭୂତରେ ଲୀନ ହେଲେ ନନ୍ଦୁରାମ

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ । ପଞ୍ଚଭୂତରେ ଲୀନ ହେଲା ମରଶରୀର । ଲଦାଖର ଗଲୱାନ୍ ଘାଟିରେ ସହିଦ ହୋଇଥିବା ଓଡ଼ିଶା ଯବାନ ନନ୍ଦୁରାମ ସୋରେନଙ୍କ ଶେଷକୃତ୍ୟ ଆଜି ତାଙ୍କ ପୈତୃକ ଗାଁ ବଡ଼ଚମ୍ପାଉଦାରେ ଶେଷ ହୋଇଯାଇଛି । କାନ୍ଦ ବୋବାଳିରେ ସମଗ୍ର ପରିବେଶ ଫାଟି ପଡୁଥିବା ବେଳେ ବୀର ଓଡ଼ିଆ ପୁଅକୁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତକାଲି ବିଳମ୍ବିତ ରାତିରେ ସହିଦ ନନ୍ଦୁରାମଙ୍କ ମରଶରୀର ରାଇରଙ୍ଗପୁରରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ରାଇରଙ୍ଗପୁର ଇଚିଣ୍ଡାସ୍ଥିତ ସହିଦଙ୍କ ନୂତନ ନିର୍ମିତ ବାସଭବନରେ ତାଙ୍କ ମରଶରୀର ରଖାଯାଇଥିଲା । ସେଠାରୁ ସକାଳେ ଏକ ଶୋଭାଯାତ୍ରାରେ ପ୍ରାର୍ଥୀବ ଶରୀରକୁ ସହର ପରିକ୍ରମା କରାଯିବା ପରେ ତାଙ୍କ ଗାଁ ବଡ଼ ଚମ୍ପାଉଦାକୁ ନିଆଯାଇଥିଲା । ରାସ୍ତାର ବିଭନ୍ନ ସ୍ଥାନରେ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତେବେ ପ୍ରାର୍ଥୀବ ଶରୀର ଚମ୍ପାଉଦା ଗାଁରେ ପହଞ୍ଚିବା ପରେ ତାଙ୍କୁ ଗାଡ୍ ଅଫ୍ ଅନର ଦିଆଯିବା ପରେ ଶବ ଦାହ କରାଯାଇଥିଲା । ସୂଚନାଯୋଗ୍ୟ, ଚୀନ ସେନାର ଆକ୍ରମଣରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିଲେ । ସେମାନେ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ । ଗତକାଲି ଅପରାହ୍ନରେ ଉଭୟ ସହିଦଙ୍କ ମୃତଦେହ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରୁ ମୁଖ୍ୟମନ୍ତ୍ରୀ , ରାଜ୍ୟପାଳଙ୍କ ସମେତ ୩ ସେନାର ପ୍ରମୁଖ ଅଧିକାରୀ , ବରିÂ ନେତା ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ ବିମାନ ବନ୍ଦର ପରିସରରେ ଉଭୟଙ୍କୁ ଗାଡ଼୍ ଅଫ୍ ଅନର ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons