ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଶ୍ରମିକଙ୍କ ପାଇଁ କୋଭିଡ୍ କିଟ୍ କିଣାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏଥିରେ ସରକାରୀ ଦଳ ୩ ଶହ କୋଟି ଟଙ୍କା ଖାଇ ଦେଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରି କହିଛନ୍ତି ଯେ, ଶ୍ରମିକଙ୍କ ଚଷମା, ଜୋତା, ଗ୍ଲୋଭ୍ସ , ହେଲମେଣ୍ଟ ଓ ଜ୍ୟାକେଟ କିଣାରେ ଏହି ଦୁର୍ନୀତି ହୋଇଛି । ଭୁବନେଶ୍ୱର ବମିଖାଲରେ ଥିବା ଭାରତ ଇଣ୍ଡଷ୍ଟି୍ରଆଲ କର୍ପୋରେଟସନରୁ ୧୨ ଟଙ୍କାର ଚଷମାକୁ ୬୦ ଟଙ୍କାରେ , ଅଢେ଼ଇ ଟଙ୍କାର ମାସ୍କକୁ ୮୦ ଟଙ୍କାରେ, ୧୮୫ ଟଙ୍କାର ଜୋତାକୁ ୪୧୩ ଟଙ୍କାରେ , ୧୦ ଟଙ୍କାର ଗ୍ଲୋଭ୍ସକୁ ୯୦ ଟଙ୍କାରେ ଏବଂ ୪୫ ଟଙ୍କାର ହେଲମେଣ୍ଟକୁ ୧୧୦ ଟଙ୍କାରେ କିଣାଯାଇଛି । ମାଲକାନଗିରି , କଟକ ଓ ଅନୁଗୁଳ ଜିଲ୍ଲାର ଉଦାହରଣ ଦେଇ ଏହି ତଥ୍ୟ ଦେଇଛନ୍ତି ପ୍ରଦୀପ ମାଝୀ । ଲକଡାଉନ୍ ସମୟରେ ଶ୍ରମିକମାନେ ସବୁଠାରୁ ବଡ଼ ସଙ୍କଟରେ ପଡିଥିବା ବେଳେ ଶ୍ରମ ମନ୍ତ୍ରୀଙ୍କ ଦେଖା ନାହିଁ ବୋଲି ଅଭିଯୋଗ କରି ତାଙ୍କର ଇସ୍ତଫା ଦାବି କରିଛନ୍ତି ପ୍ରଦୀପ । ତା ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ଜବାବ ମାଗିଛନ୍ତି ।
Comments are closed, but trackbacks and pingbacks are open.