ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋଡ଼ମରା ନିକଟରେ ଏକ ହାତୀର ମୃତଦେହ ଠାବ କରାଯାଇଛି । ହାତୀଟିର ଆନୁମାନିକ ବୟସ ୧୫ ରୁ ୨୦ ବର୍ଷ ହେବ ବୋଲି ଜଣାପଡିଛି । ଆଜି ସକାଳେ ହାତୀଟି ଗୋଡ଼ିମରା ନିକଟରେ ମରିପଡ଼ିଥିବା ବନବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ବରିÂ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଖବର ପାଇ ଅନୁଗୁଳ ଡିଏଫ୍ଓ ଏବଂ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ହାତୀର ପାଟିରୁ ରକ୍ତ ବାହାରୁ ଥିବାରୁ ଅସୁସ୍ଥତା ଯୋଗୁ ତା’ର ମୃତୁ୍ୟ ଘଟିଥିବା ଅନୁଗୁଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ ସୂଚନା ଦେଇଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ଅନୁଗୁଳ ଡିଏଫ୍ଓ କହିଛନ୍ତି ।


Comments are closed, but trackbacks and pingbacks are open.