ଜଗତସିଂହପୁର,(ବି.ବି.ନୁ୍ୟଜ୍): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତେନ୍ତୁଳିବେଲାରୀ ଗାଁରୁ ପ୍ରାୟ ୨୦୦୦ ଲିଟର କିରୋସିନି ଜବତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ୍ ଗାଡିରେ ଲୋଡ଼ ହୋଇଥିବା ଏହି କିରୋସିନିକୁ ଗାଁର ଯୁବକମାନେ ଅଟକ ରଖିଥିଲେ । ଏନେଇ ଆଜି ସକାଳେ ବାଲିକୁଦା ଥାନାକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କିରୋସିନି ଜବତ କରି ନିକଟସ୍ଥ ଅନନ୍ତପୁର ଫାଣ୍ଡିରେ ରଖିଛି । ତେବେ ଏତେ ପରିମାଣରେ କିରୋସିନି ବିଳମ୍ବିତ ରାତିରେ କିଏ କେଉଁଠିକୁ ନେଉଥିଲା । ତାର ଖୋଳତାଡ଼ ଆରମ୍ଭ ହୋଇଛି ।
Comments are closed, but trackbacks and pingbacks are open.