ଭୁବନେଶ୍ୱରରୁ ୧୯ ପଜିଟିଭ୍ ଚିହ୍ନଟ, ୯ ମେଡିକାଲ କର୍ମଚାରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୫ ଟି ଲୋକାଲ କେସ୍ ବୋଲି ଜଣାପଡିଛି । ୧୫ଟି ଲୋକାଲ କେସ୍ ମଧ୍ୟରୁ ୯ ଜଣ କେବଳ ମେଡିକାଲ କର୍ମଚାରୀ ବୋଲି ଜଣାପଡିଛି । ଏହି ୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଘରୋଇ ହସ୍ପିଟାଲର ୮ କର୍ମଚାରୀ ଓ ଏକ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ଏକ ଘରୋଇ ହସ୍ପିଟାଲର ୩ ମହିଳା ଓ ୩ ପୁରୁଷ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ୨ କର୍ମଚାରୀଙ୍କ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଚି । ଏକ ସରକାରୀ ହସ୍ପିଟାଲର ଜଣେ ୫୧ ବର୍ଷୀୟ କର୍ମଚାରୀଙ୍କ ସ୍ୱାବ ପରୀକ୍ଷାରୁ କରୋନା ପଜିଟଭ ଥିବା ଜଣାପଡିଛି । ଏହାବ୍ୟତୀତ ଡୁମୁଡୁମା ସୁବାସ ନଗର ବସ୍ତିରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ବାଳକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ସମସ୍ତ ୮ ଜଣ କର୍ମଚାରୀ ବୋଲି ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons