ପୁରୀ,(ବି.ବି.ନୁ୍ୟଜ୍): ରାତି ପାହିଲେ ରଥ ଯାତ୍ରା । ରଥ ପ୍ରସ୍ତୁତ ଥିବା ବେଳେ ପଥ ବି ରଥାରୁଢ଼ ଶ୍ରୀଜୀଉଙ୍କ ଅପେକ୍ଷାରେ ରହିଛି । ଏପରି ସ୍ଥିତିରେ ସୁପ୍ରିମକୋର୍ଟର ପୂର୍ବ ରାୟକୁ ନେଇ କୋଟି କୋଯି ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହେବା ପରେ ଆଜି ଏହାର ପୁନଃ ଶୁଣାଣି ହେବାକୁ ଯାଉଛି । ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ୍.ଏ. ବୋବଡେ଼ଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଏହାକୁ ଶୁଣାଣି କରିବେ । ମୁଖ୍ୟ ବିଚାରପତି ନାଗପୁରସ୍ଥିତ ଘରୁ ଭିଡିଓ କନଫରେନସିଂ ଜରିଆରେ ରଥଯାତ୍ରା ସମ୍ପର୍କୀତ ମାମଲାର ଶୁଣାଣି କରିବେ । ପୂର୍ବରୁ ସୁପ୍ରିମକୋର୍ଟରେ ରଥ ଯାତ୍ରା ସମ୍ପର୍କରେ ଯୁକ୍ତି ନ ବାଢ଼ି ବିଭିନ୍ନ ମହଲରୁ ନିନ୍ଦିତ ହୋଇଥିବା ରାଜ୍ୟ ସରକାର ଏଥର କିନ୍ତୁ କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ସବୁ କାମ ଆଗେଇ ଚାଲିଛି । ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟ ବରିÂ ଅଧିକାରୀ ରାତି ଅଧିଆ ରଥ ଖଳା ପରିଦର୍ଶନ କରିଥିବା ବେଳେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ରଥଯାତ୍ରା ସମ୍ପର୍କରେ ବିଶେଷ ଆଲୋଚନା କରାଯାଉଥିବା ବେଳେ ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ଏହି ବୈଠକରେ ସାମିଲ ଥିବା ଜଣାଯାଇଛି । ଅପରପକ୍ଷେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ଜାଗା ଖାଲି କରିବାକୁ ସବୁ ଉଠାଦୋକାନୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ତୁରନ୍ତ ଜାଗା ଖାଲି କରିବାକୁ ପୁରୀ ମୁ୍ୟନିସିପାଲଟି ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷେ ରଥ ଯାତ୍ରା ନେଇ ଗୃହ ମନ୍ତ୍ରୀ ଅମିତ ଶାହ ଜଗପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ କଥା ହୋଇଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଧଶରେ ଅମିତ ଶାହ କଥା ହୋଇଥିବା ନେଇ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.