ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ନବନିଯୁକ୍ତ ନିଦେ୍ର୍ଧଶକଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ । ଦ୍ରୁବ୍ୟବହାର କରିବା ସହ ଦରମା କାଟୁଥିବା ଅଭିଯୋଗରେ ନିଦେ୍ର୍ଧଶକଙ୍କ ଅଫିସ ଆଜି (ସୋମବାର) ଘେରାଉ କରିଛନ୍ତି ବିକ୍ଷୋଭକାରୀ । ଏହାହିତ ମାସିକ ୧୦ ହଜାର ଟଙ୍କା ଏବଂ କାର୍ଯ୍ୟକଳାପରେ ମିଳିଥିବା ଟଙ୍କା ଦେବାକୁ ଦାବି କରିଛନ୍ତି କର୍ମଚାରୀ । ଜଣେ ମହିଳା ସଫେଇ କର୍ମଚାରୀ କହିଛନ୍ତି , ଆମକୁ ମାସିକ ଦରମା ଛଅ ହଜାର ଟଙ୍କା ଦିଆଯାଉଛି । ହେଲେ ୧୦ ହଜାର ଟଙ୍କା ଦିଆଯାଉଛି ବୋଲି ନିଦେ୍ର୍ଧଶକ କହିଛନ୍ତି । ଆମେ ଦାବି କରୁଛୁ ଆମକୁ ୧୦ ହଜାର ଟଙ୍କା ସହ କାର୍ଯ୍ୟକଳାପ ଓ କରୋନା ଟଙ୍କା ଦିଆଯାଉ । ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଆନେ୍ଦାଳନରୁ ହଟିବୁ ନାହିଁ । ସେପଟେ ନିଦେ୍ର୍ଧଶକ ଏଲ୍.ଡି. ସାହୁ କହିଛନ୍ତି ଯେ, କର୍ମଚାରୀଙ୍କ ସହ ଆଲୋଚନା ଜାରି ରହିଛି । ସଫେଇ କର୍ମଚାରୀମାନେ ଆଉଟ୍ ସୋରସିଂ ଅଧୀନରେ କାମ କରୁଥିବା ବେଳେ ସରକାରଙ୍କ ଗାଇଡ ଲାଇନ୍ ଅନୁସାରେ ସେମାନଙ୍କୁ କରେନା ଟଙ୍କା ମିଳିବ ।
Comments are closed, but trackbacks and pingbacks are open.