ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ରେ ଏଇଏସ୍ କର୍ପୋରେସନର ଥିବା ସମସ୍ତ ୪୯ଧ ଅଂଶଧନ ଅଧିଗ୍ରହଣ କରିବ ଆଦାନି ପାୱାର ଲିମିଟେଡ୍(ଏପିଏଲ୍) । ଏହି ଉଦେ୍ଧଶ୍ୟରେ କମ୍ପାନି ଏଇଏସ୍ କର୍ପୋରେସନ ସହ ସେୟାର ବିକ୍ରି ଓ କ୍ରୟ ଚୁକ୍ତି (ଏସଏସ୍ପିଏ)ସ୍ୱାକ୍ଷର କରିଛି । ଏଥିସହ ଆଦାନି ପାୱାର ଓଡ଼ିଶାରେ ପାଦ ଥାପିଛି ।
ଆଦାନି ପାୱାର ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ସୂଚନା ଅନୁସାରେ, ଓପିଜିସିର ୪୯ଧ ଅଂଶଧନ ଅଧିଗ୍ରହଣ ପାଇଁ କମ୍ପାନି ଆମେରିକାଭିତ୍ତିକ ଗ୍ଲୋବାଲ ଶକ୍ତି କମ୍ପାନି ଏଇଏସ୍ କର୍ପୋରେସନ ସହ ଚୁକ୍ତି କରିଛି । ଏହା ଅନୁଯାୟୀ,ଏପିଏଲ୍ ୧୩.୫୦ କୋଟି ଡଲାର (ପ୍ରାୟ ୧,୦୧୨ କୋଟି ଟଙ୍କା) ବିନିୟମରେ ଓପିଜିସିରେ ଏଇଏସ୍ ଓପିଜିସି ହୋଲ୍ଡିଂ ଓ ଏଇଏସ୍ ଇଣ୍ଡିଆର ଥିବା ସମସ୍ତ ୮୯,୩୦,୨୩୭ ଇକ୍ୱିଟି ସେୟାର ଅଧିଗ୍ରହଣ କରିବ । ଓପିଜିସିରେ ବଳକା ୫୧ଧ ସେୟାର ଓଡ଼ିଶା ସରକାରଙ୍କ ନିକଟରେ ରହିଛି ।
ଓପିଜିସି ଝାରସୁଗୁଡ଼ା ଜିଲ୍ଲା ବନହରପାଲିଠାରେ ୧,୭୪୦ ମେଗାୱାଟର ତାପଜ ବିଦୁ୍ୟତ ପ୍ଲାଣ୍ଟ ପରିଚାଳନା କରୁଛି । ଏହା ରାଜ୍ୟର ସବୁଠୁ ଶସ୍ତାରେ ବିଜୁଳି ଉପôାଦନ କରୁଥିବା ବିଦୁ୍ୟତ୍ କମ୍ପାନି । ନିକଟରେ ଓପିଜିସି ୧,୩୨୦ ମେଗାୱାଟ କ୍ଷମତାର ଏକ ଅତ୍ୟାଧୁନିକ ସୁପର କ୍ରିଟିକାଲ ତାପଜ ପ୍ଲାଣ୍ଟ ସ୍ଥାପନ କରିଛି । ଏହି ପ୍ଲାଣ୍ଟଠାରୁ ବିଜୁଳି କିଣିବାକୁ ଗ୍ରୀଡ୍କୋ ୨୫ ବର୍ଷିଆ ଶକ୍ତି କ୍ରୟ ଚୁକ୍ତି (ପିପିଏ) ସ୍ୱାକ୍ଷର କରିଛି ।
ଆଦାନି ପାୱାର ଲିମିଟେଡ୍ କହିଛି, ଓପିଜିସିରେ ଏଇଏସ୍ର ସମସ୍ତ ଅଂଶଧନ କିଣି କମ୍ପାନି ଓଡ଼ିଶାରେ ପାଦ ଥାପିଛି । ଓଡ଼ିଶାରେ ଉଚ୍ଚ ଗୁଣବତ୍ତାର ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ଆଦାନି ଗ୍ରୁପ୍ର ପ୍ରତିଶ୍ରୁତିବଦ୍ଧତାକୁ ଏହା ଦର୍ଶାଉଛି ।
Comments are closed, but trackbacks and pingbacks are open.