ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ରାଜ୍ୟରେ ବେକାବୁ ହୋଇ ଚାଲିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୬୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ୧୫୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ । ଆଜିର ସଂଖ୍ୟା ମିଶିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪୭୦ ହୋଇଛି । ଆଜି ଦୁଇ କରୋନା ପଜିଟିଭ୍ ଆଖି ବୁଜିଛନ୍ତି । ଉଭୟଙ୍କ ଘର କଟକରେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ତେବେ କୋଭିଡ୍ ପାଇଁ ୧୭ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୭ ଜଣଙ୍କ ଅନ୍ୟ ରୋଗ ଯୋଗୁ ମୃତୁ୍ୟ ହୋଇଛି ।
ଆଜି ରାୟଗଡ଼ାରୁ ୫, ଯାଜପୁରରୁ ୫, ଖୋର୍ଦ୍ଧାରୁ ୮, ନୟାଗଡ଼ରୁ ୨, ବାଲେଶ୍ୱରରୁ ୧୩, ଜଗତସିଂହପୁରରୁ ୧୯, କଟକରୁ ୩, ଢେଙ୍କାନାଳରୁ ୯, ବରଗଡ଼ରୁ ୧, ଗଞ୍ଜାମରୁ ୩୦, ଗଜପତିରୁ ୪୧, ପୁରୀରୁ ୧ ଜଣ, ସୁନ୍ଦରଗଡ଼ରୁ ୪, ବଲାଙ୍ଗୀରରୁ ୧, ମୟୂରଭଞ୍ଜରୁ ୧୪, କୋରାପୁଟରୁ ୧ ଜଣ, ଝାରସୁଗୁଡ଼ାରୁ ୩ ଜଣ ଓ କେନ୍ଦ୍ରାପଡାରୁ ୭ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।
ଗଞ୍ଜାମରେ ମୋଟ ସଂକ୍ରମିତ ସଂଖ୍ୟା ୯୫୫ ହୋଇଛି । ଖୋର୍ଦ୍ଧାରେ ୬୬୨,କଟକରେ ୪୮୭, ଯାଜପୁରରେ ୩୮୭, ବାଲେଶ୍ୱରରେ ୩୨୦, ଗଜପତିରେ ୨୭୯, ଜଗତସିଂହପୁରରେ ୨୨୮, କେନ୍ଦ୍ରାପଡାରେ ୨୨୦, ପୁରୀରେ ୨୧୫, ଭଦ୍ରକରେ ୨୦୦, ସୁନ୍ଦରଗଡ଼ରେ ୧୬୩, ମୟୂରଭଞ୍ଜରେ ୧୫୯, କନ୍ଧମାଳରେ ୧୫୯, ବଲାଙ୍ଗୀରରେ ୧୫୩, ନୟାଗଡ଼ରେ ୧୩୧, କେନ୍ଦୁଝରରେ ୧୦୦, ନୂଆପଡାରେ ୭୯, କଳାହାଣ୍ଡିରେ ୭୦, ବରଗଡ଼ରେ ୬୮, ଢେଙ୍କାନାଳରେ ୬୬, ଅନୁଗୁଳରେ ୫୬, ମାଲକାନଗିରିରେ ୫୩, ଝାରସୁଗୁଡ଼ାରେ ୫୩, ଦେବଗଡ଼ରେ ୪୧, ବୌଦ୍ଧରେ ୪୦, ସୋନପୁରରେ ୩୫, ସମ୍ବଲପୁରରେ ୩୧, କୋରାପୁଟରେ ୨୫, ରାୟଗଡ଼ାରେ ୨୨ ଓ ନବରଙ୍ଗପୁରରେ ୧୩ ଜଣ ସଂକ୍ରମିତ ହୋଇଛନ୍ତି ।
ଆଜି ୧୨୫ ଜଣ ଆରୋଗ୍ୟ ହୋଇଛନ୍ତି । ୩୩ ଜଣ ଖୋର୍ଦ୍ଧା, ପୁରୀରୁ ୧୭, କଟକରୁ ୧୪, ମୟୂରଭଞ୍ଜରେ ୧୩, ଗଞ୍ଜାମରୁ ୧୦, କେନ୍ଦୁଝରରୁ ୯, ଯାଜପୁରରୁ ୮, ନୂଆପଡାରୁ ୬, କେନ୍ଦ୍ରାପଡା ଓ ଜଗତସିଂହପୁରରୁ ୪ ଜଣ ଲେଖାଁଏ, ସୁନ୍ଦରଗଡ଼ରୁ ୩, ବଲାଙ୍ଗୀରରୁ ୨ ଏବଂ କନ୍ଧମାଳ ଓ ମାଲକାନଗିରିର ଜଣେ ଲେଖାଁଏ ରୋଗୀ ସୁସ୍ଥ ହୋଇଛନ୍ତି । ୩୯୮୮ ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି । ଏ ପଟେ ନମୁନା ପରୀକ୍ଷା ସଂଖ୍ୟା ୨ ଲକ୍ଷ ୩୧ ହଜାର ୩୫୬ ହୋଇଛି ।
Comments are closed, but trackbacks and pingbacks are open.