ପୁରୀ,(ବି.ବି.ନୁ୍ୟଜ୍): ଗତକାଲି ଆୟୋଜିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ପୋଲିସ କର୍ମଚାରୀଙ୍କର ଆଜି ଚାଲିଛି କରୋନା ଟେଷ୍ଟ । କେବଳ ପୋଲିସ ନୁହନ୍ତି ରଥ ଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ସଫେଇ କର୍ମଚାରୀଙ୍କର ବି ହେବ କୋଭିଡ୍ ଟେଷ୍ଟ । ପୁରୀ ସର୍କିଟ ହାଉସ୍ରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରଥ ଯାତ୍ରାରେ ସାମିଲ ହୋଇଥିବା ୫ହଜାର ବ୍ୟକ୍ତିଙ୍କର କୋଭିଡ଼୍ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର । ଯେଉଁମାନଙ୍କର ଟେଷ୍ଟ ନେଗେଟିଭ୍ ଆସିବ ସେମାନେ ହିଁ ରଥରେ ସାମିଲ ହେବେ । ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ କୋଭିଡ୍ ଟେଷ୍ଟ ପ୍ରକ୍ରିୟା ସରିବ । ଅଢେ଼ଇ ହଜାର ସେବାୟତଙ୍କର କିନ୍ତୁ ୨ ରାଉଣ୍ଡ କୋଭିଡ୍ ଟେଷ୍ଟ ହେବ । ଏହାବ୍ୟତୀତ ସଂପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର । ଆଜି ଗୋପବନ୍ଧୁ ଆୟୁର୍ବେଦ କଲେଜରେ ପୋଲିସ କର୍ମଚାରୀଙ୍କର ଆଜି ସାମ୍ପୁଲ ସଂଗ୍ରହ କରାଯାଉଛି । ପ୍ରାୟ ହଜାରେରୁ ଅଧିକ ପୋଲିସ କର୍ମଚାରୀଙ୍କର ଆଜି ସାମ୍ପଲ ସଂଗ୍ରହ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ସୁପ୍ରିମକୋର୍ଟ ପୁରୀରେ କଟକଣାଯୁକ୍ତ ରଥଯାତ୍ରା ନିମନ୍ତେ ଅନୁମତି ଦେଇଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ । ଏପରି କିଛି ସମସ୍ୟା ଉଫୁଜିଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ । ଏହାକୁ ଆଖି ଆଗରେ ରଖି ରଥଯାତ୍ରା ସମୟରେ ମହାମାରୀ ସଂକ୍ରମଣକୁ ରୋକିବାକୁ ପୁରୀ ସର୍କିଟ୍ ହାଉସ୍ରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁÂିତ ହୋଇଯାଇଛି । ଏହି ବୈଠକରେ ରଥ ଯାତ୍ରାରେ ସାମିଲ ସେବାୟତ ,ପୋଲିସ, ସଫେଇ କର୍ମଚାରୀଙ୍କର ବି କୋଭିଡ୍ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।
Comments are closed, but trackbacks and pingbacks are open.