ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଭୁବନେଶ୍ୱରସ୍ଥିତ ଡୁମୁଡୁମା ସୁବାସ ନଗର ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି । କଣ୍ଟେନମେଣ୍ଟ ଜୋନ୍ ଭିତରେ ମିଳୁଥିବା ସାମଗ୍ରୀ ଦର ଅତ୍ୟଧିକ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି । ଶ୍ରମିକ ଶ୍ରେଣୀର ଲୋକ ଏତେ ଦର ଦେଇ ସାମଗ୍ରୀ କିଣିବାକୁ ଅସମର୍ଥ ବୋଲି କହିଛନ୍ତି । କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବା ପରେ କୌଣସି ଲୋକ ବାହାରକୁ କାମଧନ୍ଦା ପାଇଁ ଯାଇ ପାରୁନାହାନ୍ତି । ଏତେ ଦର ଦେଇ କିପରି ଜିନିଷ କିଣିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏହାର ପ୍ରତିବାଦରେ ଲୋକମାନେ ହନୁମାନ ମନ୍ଦିର ନିକଟରେ ଏକାଠି ହୋଇ ହୋହଲ୍ଲା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ସୂଚନାଯୋଗ୍ୟ, ଡୁମୁଡୁମା ସୁବାସ ନଗର ବସ୍ତିରେ ଛଅ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସେହି ଅଞ୍ଚଳକୁ ବିଏମ୍ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ।
Comments are closed, but trackbacks and pingbacks are open.