ମଦ ଚାଲାଣ କରି ବନ୍ଧା ହେଲେ ବ୍ଲକ ଉପାଧ୍ୟକ୍ଷଙ୍କ ସ୍ୱାମୀ

Get real time updates directly on you device, subscribe now.

କଣ୍ଟାବାଞ୍ଝି,(ବି.ବି.ନୁ୍ୟଜ୍): ବେଆଇନ୍ ମଦ ଚାଲାଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ମୁରିବାହାଲ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ । ସେମାନଙ୍କ ନିକଟରୁ ୧୦ ଟି ମଦ ପାଉଚ୍ ଓ ୨ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି । ପୋଲିସ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କ ସମେତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏପରି ଘଟଣା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗିରଫ ଦ୍ୱୟ ହେଲେ ମୁରିବାହାଲ ବ୍ଳକ ଉପାଧ୍ୟକ୍ଷା ସୁନ୍ଦରମଣି ବାଗଙ୍କ ସ୍ୱାମୀ ଜୟକୃଷ୍ଣ ବାଗ ଓ ତାଙ୍କ ସହଯୋଗୀ ରାଧାକାନ୍ତ ସାହୁ । ସୂଚନାଯୋଗ୍ୟ ଯେ, ଗତକାଲି ଏକ ନମ୍ବର ବିହୀନ ସ୍କୁଟିରେ ବେଆଇନ୍ ଦେଶୀ ରନ୍ଧା ମଦ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ସ୍କୁଟିର ପିଛା କରିଥିଲା । ମୁରିବାହାଲ ବ୍ଲକ ଅଫିସ ସମ୍ମୁଖରେ ସ୍କୁଟିକୁ ସନେ୍ଦହରେ ଅଟକାଇ ଯାଞ୍ଚ କରିବାରୁ ଡିକିରୁ ୧୦ ଟି ମଦ ପାଉଚ ଓ ୨ଲିଟର ଦେଶୀ ରନ୍ଧା ମଦ ବାହାରିଥିଲା । ବେଆଇନ୍ ମଦ ଚାଲାଣକାରୀ ଜୟକୃଷ୍ଣ ବାଗ ଓ ରାଧାକାନ୍ତଙ୍କୁ ପୋଲିସ ପଚରାଉଚରା କରିବାରୁ କୌଣସି ଲାଇସେନ୍ସ ନଥାଇ ସେମାନେ ମଦ ଚାଲାଣ କରୁଥିବା ଜଣାପଡିଥିଲା । ଦୁଇ ଅଭିଯୁକ୍ତଙ୍କୁ ମୁରିବାହାଲ ଜେଏମ୍ଏଫ୍ସି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ୍ ନାମାଞ୍ଜୁର ରହେବାରୁ ସେମାନଙ୍କୁ ଜେଳ୍କୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons