ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମହାମାରୀ ସମୟରେ ରାଜ୍ୟରେ ଯେପରି ରକ୍ତର ଅଭାବ ପରିସ୍ଥିତି ନ ଉପୁଜିବ, ସେ ଦିଗରେ ଅଣ୍ଟା ଭିଡ଼ିଛି ବିଜେଡି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଛାତ୍ର ବିଜେଡି ପକ୍ଷରୁ ଆଜିଠାରୁ ସପ୍ତାହେ ବ୍ୟାପୀ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଜି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ରାଜ୍ୟ ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଭଳି ମହତ କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ସେନାପତି, ସ୍ମୃତିରଂଜନ ପଟ୍ଟନାୟକ, ଅସିତ ସାମଲ, ସମ୍ପାଦକ ପ୍ରମୋଦ ପାତ୍ର, ଦୀପକ ସାହୁ, ସିଦ୍ଧାର୍ଥ ସାମଲ, ସାଂଗଠନିକ ସମ୍ପାଦକ ସ୍ନେହାଶିଷ ଜେନା, ସ୍ଥିତପ୍ରଜ୍ଞ ପଣ୍ଡା, ଭୁବନେଶ୍ୱର ଜୋନ୍ ସଭାପତି ଅଜିତ ବେହେରା, ପୂର୍ବତନ କର୍ପୋରେଟର ସମୀର ପ୍ରଧାନ, ଭୁବନେଶ୍ୱର ଯୁବ ବିଜେଡି ସଭାପତି ଅମରଜିତ ସେନାପତି, ତନ୍ମୟ ନାୟକ, ଧର୍ମେନ୍ଦ୍ର ଧଳ, ସଞ୍ଜୟ ବିଶୋୟୀ, ସୁମନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।
Comments are closed, but trackbacks and pingbacks are open.