୯ ଜିଲ୍ଲାରେ ବିପର୍ଯ୍ୟୟ ନିରୋଧ ହେବ ବିଦୁ୍ୟତ୍ ସରବରାହ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): କରୋନା ସଙ୍କଯ ମଧ୍ୟରେ ୯ଟି ଉପକୂଳ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ନିରୋଧ ବିଦୁ୍ୟତ୍ ସରବରାହ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୧୯ ହଜାର କୋଟି ଟଙ୍କା ବ୍ୟୟରେ ଏହି ଉପକୂଳ ଜିଲ୍ଲାଗୁଡିକରେ ବିଦୁ୍ୟତ୍ ସରବରାହ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଯାହା ଫଳରେ ବନ୍ୟା, ବାତ୍ୟା ଓ ଭୂମିକମ୍ଫ ଭଳି ପ୍ରାକୃିକ ବିପର୍ଯ୍ୟୟବେଳେ ବିଦୁ୍ୟତ୍ ସରବରାହ ବ୍ୟବସ୍ଥା ସୁରକ୍ଷିତ ରହିପାରିବ । ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି କାର୍ଯ୍ୟଯୋଜନାର ସମୀକ୍ଷା କରାଯିବା ସହ ରାଜ୍ୟର ଉପକୂଳ ଜିଲ୍ଲାଗୁଡିକରେ ବିଦୁ୍ୟତ୍ ସରବରାହ ବ୍ୟବସ୍ଥାକୁ ପ୍ରାକୃତିକ ବିପର୍ଯ୍ୟୟ ନିରୋଧ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ,କଟକ, ଖୋର୍ଦ୍ଧା , ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏହି କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ୧୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଥମ ୪ଟି ଜିଲ୍ଲାରେ ୧୧ ହଜାର କୋଟି ଓ ପରବର୍ତ୍ତୀ ୫ଟି ଜିଲ୍ଲାରେ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଶକ୍ତି ବିଭାଗ ଓ ବିଦୁ୍ୟତ୍ ବଣ୍ଟନକାରୀ କମ୍ପାନୀଗୁଡକ ଜରୁରୀକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି । ଯୋଜନାର ଅନ୍ତଭୁକ୍ତ ପ୍ରକଳ୍ପଗୁଡିକର ବୈଷୟିକ , ଆର୍ଥିକ ଓ ଆଇନଗତ ଆଦି ଦିଗରେ ସଠିକ୍ ପରିଚାଳନା ନିମନ୍ତେ ଥିଙ୍କ ଟ୍ରାଙ୍କ ଗଠନ କରିବାକୁ ମୁଖ୍ୟ ସଚିବ ନିଦେ୍ର୍ଧଶ ଦେଇଛନ୍ତି । ସୂଚନାଯୋଗ୍ୟ ଏହି ବୈଠକରେ ଉନ୍ନୟନ କମଶନର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ସଚିବ ଅଶୋକ କୁମାର ମୀନା, କୃଷି ସଚିବ ସୌରଭ ଗର୍ଗ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons